Breaking PLUSଦେଶଶିକ୍ଷା

ନିଟ୍ ୟୁଜି ପରୀକ୍ଷା : ୨ ଛାତ୍ରଙ୍କ ପାଇଁ ପରୀକ୍ଷା ଫଳାଫଳକୁ ରୋକା ଯାଇପାରିବନି

ନିଟ୍ ୟୁଜି ପରୀକ୍ଷା ଦେଇଥିବା ୧୬ ଲକ୍ଷ ଛାତ୍ରଙ୍କ ରେଜଲ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଛନ୍ତି ଯେଉଁଥିରେ ବମ୍ବେ ହାଇକୋର୍ଟ ୨ ଛାତ୍ରଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କାରଣରୁ ସମସ୍ତଙ୍କ ରେଜଲ୍ଟ ସ୍ଥଗିତ ରହିଥିଲା ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ୨ ଛାତ୍ରଙ୍କ ପାଇଁ ପରୀକ୍ଷାର ଫଳାଫଳକୁ ରୋକା ଯାଇପାରିବନି । କାରଣ ୧୬ ଲକ୍ଷ ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରି ରହିଛନ୍ତି । ସମସ୍ତଙ୍କ ହିତ ପାଇଁ ସନ୍ତୁଳନ ରକ୍ଷା କରିବା ଜରୁରୀ । ଶୁଣାଣି ବେଳେ ଜଷ୍ଟିସ ଏଲ ନାଗେଶ୍ୱର ରାଓ ସେଲିସିଟର ଜେନେରାଲ ତୁଷାର ମେହେତାଙ୍କୁ କହିଥିଲେ ଯେ, ରେଜଲ୍ଟରେ କୌଣସି ରୋକ ଲାଗିବା ଅନୁଚିତ । କିନ୍ତୁ ୨ ଛାତ୍ରଙ୍କ ହିତକୁ ଧ୍ୟାନ ଦେବାକୁ ପଡିବ । ଏହାସହ ସେ ରେଜଲ୍ଟ ପ୍ରକାଶନ ପାଇଁ ଅନୁମତି ଦିଆଯାଉ ବୋଲି କହିଥିଲେ ।

ଆହୁରି ମଧ୍ୟ ସୁପ୍ରିମକୋର୍ଟ ୨ ଛାତ୍ରଙ୍କ ପ୍ରସଙ୍ଗରେ ଏନଟିଏକୁ ଜବାବ ମାଗିଛନ୍ତି । କୋର୍ଟ କହିଛନ୍ତି ଯେ, ପରବର୍ତ୍ତୀ ଶୁଣାଣି ଦୀପାବଳି ପରେ ହେବ । ତେବେ ୨ ଛାତ୍ରଙ୍କୁ ଆଉ ଥରେ ପରୀକ୍ଷା ଦେବା ନିଷ୍ପତ୍ତିରେ ରୋକ ଲାଗୁ । ଏହା ଭୁଲ ସନ୍ଦେଶ ଦେବ । ସୂଚନାଯୋଗ୍ୟ, ନିଟ୍-ୟୁଜି ପରୀକ୍ଷାର ରେଜଲ୍ଟକୁ ନେଇ ସୁପ୍ରିମକୋର୍ଟରେ ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ ଦିଆଯାଇଥିଲା ।

ସରକାରଙ୍କ ତରଫରୁ କୋର୍ଟଙ୍କୁ କୁହାଯାଇଥିଲା ଯେ, ବମ୍ବେ ହାଇକୋର୍ଟଙ୍କ ରାୟ ପରେ ଫଳାଫଳ ଉପରେ ରୋକ ଲଗାଯାଇଥିଲା । ଫଳରେ ଏମବିବିଏସ, ବିଡିଏସ, ବିଏଏମଏସ ଭଳି ପାଠ୍ୟକ୍ରମରେ ଆଡମିଶନ ବିଳମ୍ବ ହେବ । ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଭୁଲ ଉଦାହରଣ ସୃଷ୍ଟି କରିବ । ମାମଲାକୁ ଗୁରୁତର ସହ ନେଇ ସୁପ୍ରିମକୋର୍ଟ ଗୁରୁବାର ରେଜଲ୍ଟ ପ୍ରକାଶ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।

Show More

Related Articles

Back to top button