Breaking PLUSଓଡ଼ିଶାଦେଶପାଣିପାଗମୁଖ୍ୟ ଖବର

ବଢୁଛି ମହାନଦୀର ଜଳସ୍ତର

କଟକ : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ହୀରାକୁଦରୁ ଏବେ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଥିବା ବେଳେ, ମହାନଦୀରେ ବଢୁଛି ଜଳସ୍ତର । ଯାହାଫଳରେ ତଳମୁଣ୍ଡରେ ଥିବା ସମସ୍ତ ନଦୀ ଓ ଶାଖା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଖାସ୍‌ କରି ମହାନଦୀରେ ଜଳସ୍ତର ବଢିଚାଲିଛି । ଯାହାକୁ ନେଇ ଏବେ ରାଜ୍ୟରେ ବନ୍ୟା ଆଶଙ୍କା ଦେଖାଦେଇଛି । ତେବେ ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ନିକଟରେ ମହାନଦୀରେ ୮ଲକ୍ଷ ୫୭ହଜାର ୯୧୫ ଘନଫୁଟ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀରେ ମହାନଦୀର ଜଳସ୍ତର ଏବେ ୯୧ ଫୁଟ ରହିଥିବା ବେଳେ ବିପଦ ସଙ୍କେତ ୯୭ ଫୁଟ ରହିଛି । ସେହିପରି ସକାଳ ୬ଟା ସୁଦ୍ଧା କଟକ ନରାଜ ନିକଟରେ ୪ ଲକ୍ଷ ୨୩ ହଜାର ୨୩୭ ଘନ ଫୁଟ ଜଳ ପ୍ରବାହିତ ହେଉଛି। ନରାଜ ଉପରମୁଣ୍ଡର ଜଳସ୍ତର ୨୬.୧୦ ଘନ ଫୁଟ ଥିବା ବେଳେ ତଳମୁଣ୍ଡର ଜଳ ସ୍ତର ୨୩.୯୦ ଘନ ଫୁଟ ରହିଛି ।

Show More

Related Articles

Back to top button