ଓଡ଼ିଶାପାଣିପାଗ

ବିପଦ ସଂକେତ ଉପରେ ପ୍ରବାହିତ ୪ନଦୀର ଜଳସ୍ତର

ଲଘୁଚାପଜନିତ ବର୍ଷା ଯୋଗୁଁ ରାଜ୍ୟରେ ବର୍ଷା ଲାଗିରହିଥିଲା । ଆଜି ବିଭିନ୍ନ ସ୍ଥାନରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଥିବାବେଳେ ମାଲକାନଗିରି ଜିଲ୍ଲାରେ ଳଗାତର ଭାବେ ବର୍ଷା ଜାରି ରହିଛି । ଫଳରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସିଲେରୁ, ସାବେରୀ, ପୋଟେରୂ ଓ କାଙ୍କୁରୁକୋଣ୍ଡା ନଦୀର ଜଳ ସ୍ତର ।

ମୋଟୁ ନିକଟସ୍ଥ ଆନ୍ଧ୍ର ପ୍ରଦେଶର କାଲେର ଓ କୋଇଗୁର ଗାଁ ମଝିରେ ଥିବା ୩୨୬ ନମ୍ବର ଜାତୀୟ ରାଜ ପଥ ଉପରେ ପାଞ୍ଚ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଗତ ତିନି ଦିନ ଧରି ଯୋଗାଯୋଗ ବିଚ୍ଛିନ୍ନ ରହିଥିବାବେଳେ ମୋଟୁ ଓ ଚିନ୍ତୁର ଠାରେ ଶହ ଶହ ଯାନ ବାହାନ ଅଟକି ରହିଛି ।

ଅନ୍ୟପଟେ ଗୋଦାବରୀ ନଦୀରେ କ୍ରମଶଃ ଜଳ ସ୍ତର ବୃଦ୍ଧି ପାଉଥିବାରୁ ମୋଟୁରେ ପୁଣି ଥରେ ବନ୍ୟା ଆଶଙ୍କା ରହିଛି । ରବିବାର ସକାଳେ ଗୋଦାବରୀ ନଦୀର ଭଦ୍ରାଚଲାମ ଠାରେ ଜଳ ସ୍ତର ୫୧ ଫୁଟ ରହିଥିବା ବେଳେ ସେଠାରେ ଏକ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଏନେଇ ମୋଟୁରେ ଜିଲ୍ଲା ପ୍ରଶାସନ ତରଫରୁ ସତର୍କ ସୂଚନା ଦିଆଯାଇଛି।

Show More

Related Articles

Back to top button