Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଅବପାତର ରୂପ ନେଲା ଲଘୁଚାପ

ସୋମବାରଠୁ କମିବ ବର୍ଷା

ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି । ସୋମବାର ସକାଳ ଯାଏ ଭୀଷଣ ବର୍ଷା ଜାରି ରହିବ । ଏଥିପାଇଁ ୧୨ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାରଠାରୁ ରାଜ୍ୟରେ ବର୍ଷା କମିବ । କେବଳ ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । କିନ୍ତୁ ରାଜ୍ୟ ଉପରେ ଲଘୁଚାପର ପ୍ରଭାବ କମିବା ଯୋଗୁ ଆଉ ବିସ୍ତୃତ ଅଞ୍ଚଳରେ ବର୍ଷା ହେବନି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍ଡି) ଏହି ପୂର୍ବାନୁମାନ କରିଛି । ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୧୫ରେ ଛତିଶଗଡ଼କୁ ଲାଗିଥିବା କିଛି ଜିଲ୍ଲାରେ ବର୍ଷା ହେବ ।

ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ନୂଆପଡ଼ାରେ ଅଧିକ ବର୍ଷା ହୋଇପାରେ । ଛତିଶଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ମହାନଦୀର ଉପରମୁଣ୍ଡରେ ଅଧିକ ବର୍ଷା ରହୁଛି । ଏହା ମହାନଦୀ ସମେତ ଏହାର ଶାଖା ନଦୀରେ ଜଳସ୍ତର ବଢ଼ାଇବ । ଅବପାତ ପ୍ରଭାବରେ ରବିବାର ରାଜ୍ୟରେ ପ୍ରବଳ ବର୍ଷିଛି । ଦୁଇ ବ୍ଲକ୍ରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଜଗତସିଂହପୁରର ଏରସମାରେ ୨୧୫ ଓ ସୁନ୍ଦରଗଡ଼ର ହେମଗରିରେ ୨୦୪ ମିମି ବର୍ଷା ହୋଇଛି । ଜଗତସିଂହପୁର ଜିଲ୍ଲାରେ ୧୩୨, ସୁନ୍ଦରଗଡ଼ରେ ୧୦୦, ପୁରୀରେ ୯୨, ସୋନପୁରରେ ୭୫, କଟକରେ ୭୪, ସମ୍ବଲପୁରରେ ୬୯, ବରଗଡ଼ରେ ୬୩, କେନ୍ଦୁଝରରେ ୬୨, କନ୍ଧମାଳରେ ୬୦ ଓ ଝାରସୁଗୁଡାରେ ୫୭ ମିଲିମିଟର ବର୍ଷା ହୋଇଛି । ଅଧିକାଂଶ ଜିଲ୍ଲାରେ ୩୦ରୁ ୪୦ ମିମିରୁ ଅଧିକ ବର୍ଷା ହୋଇଛି । ରାଜ୍ୟରେ ହାରାହାରି ବର୍ଷା ପରିମାଣ ୫୪.୫ମିମି ରହିଛି । ସ୍ୱାଭାବିକ ବର୍ଷା ତୁଳନାରେ ଏହା ୩୭୭% ଅଧିକ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଜଗତସିଂହପୁର ଜିଲ୍ଲାରେ ସ୍ୱାଭାବିକ ବର୍ଷା ତୁଳନାରେ ୧୬୧୮% ଅଧିକ ବୋଲି ତଥ୍ୟ ଦିଆଯାଇଛି ।

Show More

Related Articles

Back to top button