ଦେଶମନୋରଞ୍ଜନ

ଅପେକ୍ଷାର ହେଲା ଅନ୍ତ,ସାମ୍ନାକୁ ଆସିଲା ‘ବିଗ୍ ବସ୍ ୧୬’ର ପ୍ରତିଯୋଗୀଙ୍କ ତାଲିକା

ଅପେକ୍ଷାର ହେଲା ଅନ୍ତ । ଶନିବାର ‘ବିଗ୍ ବସ୍ ୧୬’ ପ୍ରିମିୟର ହୋଇଥିଲା।ପୂର୍ବରୁ ଅନେକ ସେଲିବ୍ରିଟିଙ୍କୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲାବେଳେ ଏହାର କନଫର୍ମ ଲିଷ୍ଟ ସାମ୍ନାକୁ ଆସିଛି । ଗ୍ଲାମର ଦୁନିଆର ଅନେକ ସେଲିବ୍ରିଟି ସଲମାନ ଖାନଙ୍କ ଶୋ’ରେ ଅଂଶଗ୍ରହଣ କରିଥିବାବେଳେ ୧୦୦ ଦିନ ପର୍ଯ୍ୟନ୍ତ ଦର୍ଶକଙ୍କୁ ପୁରା ମନୋରଞ୍ଜନ ଖୋରାକ ଯୋଗାଇବେ ଏହି ପ୍ରତିଯୋଗୀ ।

ତେବେ ଏହି ଶୋ’ରେ ‘ଉତ୍ତରନ୍‌’ ଫେମ୍‌ ଟିନା ଦତ୍ତା ନଜର ଆସିବେ। ତାଙ୍କର ପ୍ରମୋ ରିଲିଜ୍ ହୋଇଛି । ଟିନା ଗତ କିଛି ବର୍ଷ ଧରି ‘ବିଗ୍ ବସ୍’ରୁ ଅଫର୍ ଆସୁଥିଲା ଏବଂ ପ୍ରତ୍ୟେକ ଥର ଏହି ଶୋ’ରେ ଅଂଶଗ୍ରହଣ କରିବାର କଳ୍ପନାଜଳ୍ପନା ଚାଲିଥିଲା। ଶେଷରେ ସେ ‘ବିଗ୍ ବସ୍ ୧୬’ରେ ନଜର ଆସିଛନ୍ତି।

ସଲମାନଙ୍କ ଶୋ’ରେ ‘ଛୋଟି ସରଦାନୀ’ ଖ୍ୟାତି ନିମ୍ରିତ କୌର ଅହଲୁୱାଲିଆ ମଧ୍ୟ ନଜର ଆସିବେ। ପରବର୍ତ୍ତୀ ପ୍ରତିଯୋଗୀ ‘ଇମଲି’ର ଫେମ୍‌ ସୁମ୍ବୁଲ୍ ତୌଉକିର୍ । ତାଜିକିସ୍ତାନର ଗାୟକ ଅବଦୁ ରୋଜିକ୍ ଏହି ଶୋ’ର ପ୍ରଥମ କନଫର୍ମ ପ୍ରତିଯୋଗୀ ।

ବିଗ୍ ବସ୍ ୧୬ ରେ ଅଂଶଗ୍ରହଣ କରିଥିବା କନଫର୍ମ ପ୍ରତିଯୋଗୀ ହେଲେ-

ଟିନା ଦତ୍ତା , ଅବଦୁଲ୍ ରୋଜିକ୍ , ନିମ୍ରିତ୍ କୌର ଅହଲୁୱାଲିଆ ,  ଗୌତମ ଭିଗ୍ , MC ଷ୍ଟାନ୍ ଅଙ୍କିତ ଗୁପ୍ତା , ସମ୍ବୁଲ ତୌକିର ,  ମାନିଆ ସିଂ , ସୌନ୍ଦର୍ଯ୍ୟ ଶର୍ମା , ଶାଲିନ୍ ଭନୋତ୍‌ , ଶ୍ରୀଜିତା ଦେ , ଶିବ ଠାକରେ , ପ୍ରିୟଙ୍କା ଚହର ଚୌଧୁରୀ , ସାଜିଦ୍ ଖାନ୍ , ଗୋରି ନାଗୋରୀ , ଅର୍ଚ୍ଚନା ଗୌତମ ।

Show More

Related Articles

Back to top button