Breaking PLUSଦେଶମୁଖ୍ୟ ଖବରରାଜନୀତି

କାଲି ଆମ ସମ୍ବିଧାନ, ଆମ ସମ୍ମାନ ଅଭିଯାନର ଉଦଘାଟନ କରିବେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ, 23 ଜାନୁୟାରୀ – ଉପରାଷ୍ଟ୍ରପତି ଜଗଦୀପ ଧନଖଡ ବୁଧବାର ଡକ୍ଟର ଆମ୍ବେଦକର ଇଣ୍ଟର ନ୍ୟାସନାଲ ସେଣ୍ଟରରେ ଭାରତୀୟ ଗଣତନ୍ତ୍ରର 75ତମ ବର୍ଷ ଉପଲକ୍ଷେ ବର୍ଷେ ଧରି ଚାଲିବାକୁ ଥିବା ଅଖିଳ ଭାରତୀୟ ଅଭିଯାନ ‘ଆମ ସମ୍ବିଧାନ ଆମ ସମ୍ମାନ’ର ଉଦଘାଟନ କରିବେ । ଭାରତୀୟ ସମ୍ବିଧାନରେ ନିହିତ ସିଦ୍ଧାନ୍ତ ପ୍ରତି ସାମୁହିକ ପ୍ରତିବଦ୍ଧତା ଦର୍ଶାଇବା ଏବଂ ଦେଶରକୁ ଯୋଡୁଥିବା ମୂଲ୍ୟର ଉତ୍ସବ ମନାଇବା ଏହି ଅଭିଯାନର ଉଦ୍ଦେଶ୍ୟ ।
ଏହି ଅଭିଯାନ ନ୍ୟାୟ ବିଭାଗ, ବିଧି ଏବଂ ନ୍ୟାୟ ମନ୍ତ୍ରାଳୟ ତତ୍ତ୍ୱାବଧାନରେ ଚାଲିବ । ଏହି ରାଷ୍ଟ୍ରବ୍ୟାପୀ ଅଭିଯାନରେ ସାମ୍ବିଧାନିକ ଢାଞ୍ଚାରେ ଉଲ୍ଲେଖିତ ଆଦର୍ଶକୁ ବନାଇ ରଖିବା ପାଇଁ ଗର୍ଭ ଓ ଦାୟିତ୍ୱର ଭାବନା ସୃଷ୍ଟି କରିବା ନିମନ୍ତେ ପରିକଳ୍ପନା କରାଯାଇଛି । ଏହା ପ୍ରତ୍ୟେକ ନାଗରିକଙ୍କୁ ବିଭିନ୍ନ ଶୈଳୀରେ ଭାଗ ନେବାକୁ ସୁଯୋଗ ଦେବ । ଏହି ଅବସରରେ ଆଇନ ସମ୍ପର୍କିତ ତଥ୍ୟ, ପରାମର୍ଶ ଓ ସହାୟତା ପାଇଁ ଏକିକୃତ ଆଇନ ଇଣ୍ଟରଫେସ ପ୍ରଦାନ କରିବା ପାଇଁ ନ୍ୟାୟ ସେତୁ ଲଞ୍ଚ କରାଯିବ । ଏହି କାର୍ଯ୍ୟକ୍ରମରେ ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମଣୀ ସମ୍ମାନିତ ଅତିଥି ଭାବେ ସାମିଲ ହେବେ ।

Show More

Related Articles

Back to top button