Breaking PLUSଦେଶମୁଖ୍ୟ ଖବର

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ପକ୍ଷ ରଖିଲେ ଏଲନ ମସ୍କ

ନୂଆଦିଲ୍ଲୀ, 23 ଜାନୁୟାରୀ – ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ସପକ୍ଷ କହିଛନ୍ତି। ସେ କହିଛନ୍ତି ଯେ, ସବୁଠୁ ଅଧିକ ଜନସଂଖ୍ୟା ଦେଶ ହୋଇଥିବାରୁ ଭାରତକୁ ସ୍ଥାନ ମିଳିବା ଉଚିତ ।
ଏଲନ ମସ୍କ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ, କିଛି ବିନ୍ଦୁ ଉପରେ ବିଶ୍ୱର ସବୁଠୁ ବଡ ସଂସ୍ଥା ମିଳିତ ଜାତିସଂଘରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିବାରୁ ଭାରତକୁ ଜାଗା ମିଳିବା ଉଚିତ । ଏପରି ନକରିବା ଅନୁଚିତ ଅଟେ । ସେ ୟୁଏନ ପ୍ରମୁଖ ଆଣ୍ଟୋନିଆ ଗୁଟରେସଙ୍କ ଟ୍ୱିଟକୁ ଶେୟାର କରି ନିଜର ମତ ପ୍ରକାଶ କରିଛନ୍ତି ।
ଟେସଲା ପ୍ରମୁଖ ଏଲମ ମସ୍କ କହିଛନ୍ତି ଯେ, ଆଫ୍ରିକା ପାଇଁ ସାମୁହିକ ଭାବେ ଗୋଟିଏ ସିଟ୍ ହେବା ଆବଶ୍ୟକ ।
ଏଠାରେ ସୂଚନାଯୋଗ୍ୟ, ଗୁଟରେସ କହିଥିଲେ ଯେ, ଆଫ୍ରିକାର ନେତୃତ୍ୱ ନେବା ପାଇଁ ମିଳିତ ଜାତିସଂଘରେ କେହି ବି ନାହାନ୍ତି ।

Show More

Related Articles

Back to top button