Breaking PLUSଦେଶମୁଖ୍ୟ ଖବର

ରାଷ୍ଟ୍ରପତି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କରିଛନ୍ତି ନମନ

ନୂଆଦିଲ୍ଲୀ, 23 ଜାନୁୟାରୀ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ପରାକ୍ରମ ଦିବସ ଅବସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପୁଣ୍ୟ ସ୍ମରଣ କରିଛନ୍ତି । ରାଷ୍ଟ୍ରପତି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦେଶବାସୀଙ୍କୁ ପରାକ୍ରମ ଦିବସର ଶୁଭକାମନା ଜଣାଇଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସରେ କହିଛନ୍ତି ଯେ, ପରାକ୍ରମ ଦିବସ ଭାବେ ପାଳନ ହେଉଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ନେତାଜୀ ଭାରତର ସ୍ୱତନ୍ତ୍ରତା ଲକ୍ଷ୍ୟ ପାଇଁ ଅସାଧାରଣ ପ୍ରତିବଦ୍ଧତା ପ୍ରଦର୍ଶିତ କରିଥିଲେ । ତାଙ୍କର ଅଦ୍ୱିତୀୟ ସାହସ ଓ କରିସ୍ମା ବ୍ୟକ୍ତିତ୍ୱ ଭାରତବାସୀଙ୍କୁ ଔପନିବେଶିକ ଶାସନ ବିରୁଦ୍ଧରେ ଲଢିବା ପାଇଁ ପ୍ରେରିତ କରିଥିଲା । ତାଙ୍କର ଓଜସ୍ୱୀ ବ୍ୟକ୍ତିତ୍ୱର ଆମ ସ୍ୱାଧୀନତା ସଂଗ୍ରାମ ଉପରେ ଗଭୀର ପ୍ରଭାବ ପଡିଥିଲା । ଆମର ଦେଶବାସୀ ନେତାଜୀଙ୍କୁ ତୃତଜ୍ଞତାପୂର୍ବକ ସର୍ବଦା ମନେ ରଖିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ୱଜସ୍ୱୀ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପରାକ୍ରମ ଦିବସ ଅବସରରେ ଭାରତବାସୀଙ୍କୁ ଶୁଭକାମନା । ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଆମେ ତାଙ୍କ ଜୀବନ ଓ ସାହସର ସମ୍ମାନ କରିଥାଉ । ଆମର ଦେଶର ସ୍ୱାଧୀନତା ପ୍ରତି ଅନେକ ଅତୁଟ ସମର୍ପଣ ପ୍ରେରଣା ଦେଇଥାଏ ।

Show More

Related Articles

Back to top button