Breaking PLUSଦେଶମୁଖ୍ୟ ଖବର

ଆଇସିସି ପୁରୁଷ ୱାନଡେ ଟିମ୍ ଅଫ୍ ଦ ଇୟର 2023ର କ୍ୟାପଟେନ ଚୟନ ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ, 23 ଜାନୁୟାରୀ -ଭାରତୀୟ କ୍ୟାପଟେନ ରୋହିତ ଶର୍ମା ଆଇସିସି ପୁରୁଷ ୱାନଡେ ଟିମ୍ ଅଫ୍ ଦି ଇୟର 2023ର କ୍ୟାପଟେନ ଭାବେ ମନୋନିତ ହୋଇଛନ୍ତି । ଟିମରେ ବିରାଟ କୋହଲି, ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍, ଷ୍ଟାର ପେସର ମହମ୍ମଦ ସିରାଜ, ମହମ୍ମଦ ସାମୀ, ସ୍ପିନର କୁଲଦୀପ ଯାଦବ ସାମିଲ ଅଛନ୍ତି ।
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମଙ୍ଗଳବାର ଏକ ଔପଚାରିକ ବୟାନରେ କହିଛି, ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇଥିବା ଅଷ୍ଟ୍ରେଲିଆ ଓ ଭାରତର ଷ୍ଟାରମାନେ 2023 ପାଇଁ ଆଇସିସି ପୁରୁଷ ୱାନଡେ ଟିମ୍ ଅଫ୍ ଦ ଇୟର ଉପରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି।
ଭାରତର କ୍ୟାପଟେନ ରୋହିତ 2023ରେ ଭଲ ପ୍ରଦର୍ଶନ କରି ହାରାହାରି 52ରେ 1255 ରନ କରିଛନ୍ତି । ହିଟମ୍ୟାନ ଗତବର୍ଷ ୱାନଡେ ବିଶ୍ୱକପରେ ଆଫଗାନିସ୍ତାନ ବିରୁଦ୍ଧରେ 131 ରନର ଭଲ ପାରି ଖେଳି ନିଜର ସର୍ବଶ୍ରେଷ୍ଠ ଫର୍ମରେ ଥିଲେ ।

Show More

Related Articles

Back to top button