Breaking PLUSଦେଶମୁଖ୍ୟ ଖବର

ଜାମିଆ ୟୁନିଭର୍ସିଟିରେ ବାବରି ନାରା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ, 23 ଜାନୁୟାରୀ- ଦିଲ୍ଲୀରେ ଜାମିଆ ମିଲ୍ଲିୟା ଇସଲାମିଆ ୟୁନିଭର୍ସିଟିରେ ‘ଷ୍ଟ୍ରାଇକ ଫର୍ ବାବରୀ’ ନାରା ଦିଆଯାଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହାପରେ ସୁରକ୍ଷା ଦୃଷ୍ଟିରୁ ସୋମବାର ୟୁନିଭର୍ସିଟି ବାହାରେ ପୋଲିସକର୍ମୀ ମୁତୟନ କରାଯାଇଛି ।
ଡିସିପି ରାଜେଶ ଦେବ କହିଛନ୍ତି ଯେ, ଲୁବାବିବ ବସିରଙ୍କ ନେତୃତ୍ୱରେ ଫ୍ରଟରନିଟି ମୁଭମେଣ୍ଟ ନାମକ ଏକ ସମୂହ ଦ୍ୱାରା କିଛି ବିରୋଧ ପ୍ରଦର୍ଶନ ସମ୍ପର୍କରେ ସୂଚନା ମିଳିଛି । ଏହାପରେ ୟୁନିଭର୍ସିଟିରେ ଫୋର୍ସ ମୁତୟନ କରାଯାଇଛି ।
ଡିସିପିଙ୍କ ଅନୁସାରେ କ୍ୟାମ୍ପସ ବାହାରେ କୌଣସି ବିରୋଧ ପ୍ରଦର୍ଶନ କରାଯାଇନାହିଁ । ସ୍ଥାନୀୟ ପୋଲିସ କ୍ୟାମ୍ପସ ଭିତରକୁ ଯାଇନାହିଁ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ କ୍ୟାମ୍ପସ ଭିତରର ବୋଲି ଜଣାପଡିଛି ।

Show More

Related Articles

Back to top button