Breaking PLUSଦେଶମୁଖ୍ୟ ଖବର

ମିଆଁମାରର ସୈନ୍ୟ ବିମାନ ମିଜୋରାମରେ ଦୁର୍ଘଟଣାଗ୍ରସ୍ତ, 8 ଆହତ

ଆଇଜୋଲ, 23 ଜାନୁୟାରୀ- ମିଆଁମାରର ଏକ ସୈନ୍ୟ ବିମାନ ମଙ୍ଗଳବାର ମିଜୋରାମର ଆଇଜୋଲ ନିକଟ ଲେଙ୍ଗପୁଇ ଏୟାରପୋର୍ଟରେ ଅବତରଣ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଯୋଗୁ ବିମାନରେ ଥିବା ଚାଳକ ଦଳର 13ଜଣ ସଦସ୍ୟଙ୍କ ମଧ୍ୟରୁ 8ଜଣ ସଦସ୍ୟ ଆହତ ହୋଇଛନ୍ତି ।
ମିଆଁମାରର ଏହି ସୈନ୍ୟ ବିମାନଏହି 184 ସୈନିକଙ୍କୁ ଏୟାରଲିଫ୍ଟ କରିବା ପାଇଁ ମିଆଁମାରରୁ ଆସିଥିଲା, ଯାହା କିଛିଦିନ ତଳେ ଭାରତ-ମିଆଁମାର ସୀମା ପାର୍ କରି ମିଜୋରାମରୁ ଆସିଥିଲା । ବିମାନର ପାଇଲଟ୍ ଓଭରସୁଟ୍ କରିଥିଲେ, ଯେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା ।
ଦୁର୍ଘଟଣା ଯୋଗୁ ବିମାନରେ ଥିବା ଚାଳକଦଳର 13ଜଣ ସଦସ୍ୟଙ୍କ ମଧ୍ୟରୁ 8ଜଣ ଆହତ ହୋଇଛନ୍ତି ।

Show More

Related Articles

Back to top button