Breaking PLUSଦେଶମୁଖ୍ୟ ଖବର

ଭାରତର ଏକ ମଜବୁତ, ସକ୍ଷମ ଓ ଦିବ୍ୟ ଭିତ୍ତିଭୂମି ନିର୍ମାଣ କରିବାକୁ ପିଏମ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ, 23 ଜାନୁୟାରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସରେ ନିଜ ଟ୍ୱିଟ ହ୍ୟାଣ୍ଡେଲରେ ଶ୍ରୀରାମ ପ୍ରାଣ ପ୍ରତିଷ୍ଠାର ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓ ପ୍ରଧାନମନ୍ତ୍ରୀଙ୍କ ମନ୍ଦିର ପ୍ରବେଶ ସମୟର ଅଟେ ।
ପିଏମ ସେୟାର କରିଥିବା ଭିଡିଓର ଅବଧି 3.05 ମିନିଟର ଅଟେ । ଏହାକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ସୋମବାର ଜାନୁୟାରୀ 22ରେ ଅଯୋଧ୍ୟାରେ ଯାହା ଦେଖିଲେ, ତାହା ଆଗାମୀ ବର୍ଷ ବର୍ଷ ଯାଏ ଆମର ସ୍ମୃତିରେ ରହିବ । ଆଗାମୀ ହଜାରେ ବର୍ଷ ଯାଏ ସୁଦୃଢ, ସକ୍ଷମ ଓ ଦିବ୍ୟ ଭାରତ ପାଇଁ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ରାମ ମନ୍ଦିର ନିର୍ମାଣକୁ ଆଗକୁ ବଢାଇବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Show More

Related Articles

Back to top button