ଓଡ଼ିଶାପାଣିପାଗ

ପୁଣି ବଢିବ ତାତି , ୭ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ଦିନକୁଦିନ ଅସହ୍ୟ ହେଉଛି ତାତି । ଗରମ ସାଙ୍ଗକୁ ଗୁଳୁଗୁଳିରେ କଲବଲ ହେଉଛନ୍ତି ଓଡିଶାବାସୀ । ପୁଣି ତାତି ବଢିବା ସହ ପାରଦ ୪୬ ଡିଗ୍ରୀ ଡେଇଁପାରେ ବୋଲି କୁହାଯାଉଛି ।  ଯେ ପର୍ଯ୍ୟନ୍ତ ମୌସୁମୀ ଓଡ଼ିଶା ନ ଛୁଇଁଛି ସେ ପର୍ଯ୍ୟନ୍ତ ଏମିତି ସ୍ଥିତି ଲାଗି ରହିବ ବୋଲି ମଧ୍ୟ ଆଶା କରାଯାଉଛି ।

ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ୬ଟି ସହରରେ ପାରଦ ୪୪ ଡିଗ୍ରୀ ପାର କରିଛି । ସର୍ବୋଚ୍ଚ ୪୫ଂ ତାପମାତ୍ରା ଥାଇ ଟିଟିଲାଗଡ଼ ପାଲଟିଥିଲା ସବୁଠୁ ଉତ୍ତପ୍ତ ସହର । ସେହପରି ବଲାଙ୍ଗିରରେ ସର୍ବୋଚ୍ଚ ତାପମାତ୍ରା ୪୪.୯ଂ ଥିବା ବେଳେ ବୌଦ୍ଧରେ ୪୪.୫, ସମ୍ୱଲପୁରରେ ୪୪.୪, ସୋନପୁରରେ ୪୪.୩ ଓ ଝାରସୁଗୁଡାରେ ୪୪.୨ଂ ତାପମାତ୍ରା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ,  ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ । ଶନିବାର କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ପାଇଁ କାଳବୈଶାଖୀ ବର୍ଷା ଲାଗି ୟେଲୋ ୱାର୍ଣ୍ଣଂ ଜାରି ହୋଇଛି ।

Show More

Related Articles

Back to top button