ଓଡ଼ିଶାପାଣିପାଗ

ରାଜ୍ୟରେ ୪ ତାରିଖରୁ ବୃଦ୍ଧି ପାଇବ ବର୍ଷା

ଭୁବନେଶ୍ୱର : ରାଜ୍ୟକୁ ମୌସୁମି ଛୁଇଁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବହୁତ୍ ସ୍ଥାନରେ ନିଅଣ୍ଟିଆ ବର୍ଷା ହଉଛି । ଗତ ମଙ୍ଗଳବାର ଦିନ ୧୩ଟି ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି । ତେବେ ସୋଆ ପାଣିପାଗ ଗିଭାଗର ନିର୍ଦ୍ଦେଶକ ଡ. ଶରତ ସାହୁଙ୍କ କହିବା ମୁତାବକ, ଆସନ୍ତା ୪ ତାରିଖରୁ ରାଜ୍ୟରେ ବର୍ଷା ବୃଦ୍ଧି ପାଇବା ଆଶଙ୍କା ରହିଛି ।

ଗତ ମଙ୍ଗଳବାର ନିଅଣ୍ଟିଆ ବର୍ଷା ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରେ ରହିଛି ମାଲକାନଗିରି, ନୂଆପଡ଼ା, ପୁରୀ, ବରଗଡ଼, ବୌଦ୍ଧ, ସୋନପୁର, ଅନୁଗୁଳ, ପୁରୀ, କେନ୍ଦ୍ରାପଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ ବରଗଡ଼ ଏବଂ ଅତି ନିଅଣ୍ଟିଆ ଜିଲ୍ଲା ମଧ୍ୟରେ ଅଛନ୍ତି କୋରାପୁଟ, ନବରଙ୍ଗପୁର, ଗଞ୍ଜାମ , ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, କଟକ, ବଲାଙ୍ଗୀର, ସମ୍ବଲପୁର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ।

କେବଳ ଯାଜପୁର, ରାୟଗଡ଼ା ଓ ଗଜପତିରେ ଭଲ ବର୍ଷା ହୋଇଛି । ଆସନ୍ତା ୩ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବୁଧବାର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୩୦, ୧ ଓ ୨ ତାରିଖରେ ମଧ୍ୟ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Show More

Related Articles

Back to top button