Breaking PLUSଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ଆରବ ସାଗରରେ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡିଆ ଯୁବକଙ୍କ ମୃତ୍ୟୁ

ଆରବସାଗରରେ ଓଏନସିଜି ହେଲିକପ୍ଟର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଓଡିଆଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଯୁବକ ଜଣକ ହେଉଛନ୍ତି ମାଲକାନଗିରିର ଜିଓଲୋଜିଷ୍ଟ ସତ୍ୟମ୍ବଦ ପାତ୍ର । ତାଙ୍କର ଗତବର୍ଷ ବିବାହ ହୋଇଥିଲା । ମାଲକାନଗିରି ସଦର ମହକୁମାସ୍ଥିତ ଏଆରସିଏସ କାର୍ଯ୍ୟାଳୟରେ ସତ୍ୟମ୍ବଦଙ୍କ ବାପା ସୁରେଶ ମହାପାତ୍ର ଷ୍ଟେନୋ ଭାବେ କାମ କରନ୍ତି। ସତ୍ୟମ୍ବଦ ନିଜର ହାଇସ୍କୁଲ ପାଠ ମାଲକାନଗିରିରେ ସମାପ୍ତ କରିବା ପରେ ଉଚ୍ଚଶିକ୍ଷା ପାଇଁ ମୁମ୍ବାଇକୁ ଯାଇଥିଲେ। ସେଠାରେ ସେ ଭୂତତ୍ୱ ଶିକ୍ଷା ଗ୍ରହଣ କରିବା ପରେ ଓଏନଜିସିରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ । ମଙ୍ଗଳବାର ସକାଳେ ବମ୍ବେ ଉପକୂଳରୁ ପ୍ରାୟ ୧୧୧ କିମି ଦୂରରେ ଆରବ ସାଗରରେ ଖସିପଡ଼ିବା ଯୋଗୁ ଏଥିରେ ଥିବା ୯ ଜଣ ଲୋକଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଓଏନ୍‌ଜିସିର ପବନହଂସ ହେଲିକପ୍ଟରରେ ୨ ଜଣ ବିମାନ କର୍ମଚାରୀ ଓ ୭ ଜଣ ଓଏନ୍‌ଜିସି କର୍ମଚାରୀ ଥିଲେ । ରେସ୍କ୍ୟୁ ଅପରେସନରେ ୩ ଜଣ ଓଏନ୍‌ଜିସି କର୍ମଚାରୀ ଏବଂ ୨ ଜଣ ବିମାନ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିଥିଲା ଏବଂ ଓଏନ୍‌ଜିସିର ୪ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା । ପୂରା ନୂଆ ସିକୋର୍ସ୍କି ଏସ୍‌୭୬ଡି ହେଲିକପ୍ଟରଟି ପବନହଂସ ଦ୍ୱାରା ପରିଚାଳିତ ହେଉଥିଲ‌ା । କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏହାକୁ ଆରବ ସାଗରରେ ଜରୁରୀ ଅବତରଣ କରିବାକୁ ପଡ଼ିଲା ।

Show More

Related Articles

Back to top button