Breaking PLUSଆଇନ କାନୁନଦେଶମୁଖ୍ୟ ଖବର

ଜୁଲାଇ ୧ରୁ ଏକକ ପ୍ଲାଷ୍ଟିକ ନିଷେଦ୍ଧ

ନୂଆଦିଲ୍ଲୀ: ଜୁଲାଇ ୧ରୁ ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସାମଗ୍ରୀ ବ୍ୟାନ କରାଯିବ । ଯେଉଁ ସାମଗ୍ରୀର ଉପଯୋଗୀତା କମ ଏବଂ ଆବର୍ଜନା ସୃଷ୍ଟି କରେ ସେଗୁଡିକର ଉତ୍ପାଦନ, ଆମଦାନୀ, ମହଜୁଦ, ବିତରଣ ବିକ୍ରି ଓ ବ୍ୟବହାର ନିଷେଧ ହେବ। ଏନେଇ କେନ୍ଦ୍ର ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛି ।ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ଯାଞ୍ଚ ପାଇଁ ସ୍ୱତନ୍ତ୍ର କାର୍ୟ୍ୟକାରୀ ଟିମ ଗଠନ କରାଯିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି । କୁହାଯାଇଛି କି, ପରିବେଶ ଉପରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଅତ୍ୟନ୍ତ ଖରାପ ପ୍ରଭାବ ପକାଇଛି । ଉଭୟ ସ୍ଥଳ ଓ ଜଳଭାଗ ପରିସଂସ୍ଥାନ ପାଇଁ ଏହା ଅତ୍ୟନ୍ତ ଅନିଷ୍ଟକାରୀ ପାଲଟିଛି । ପରିବେଶ ସୁରକ୍ଷା ଉପରେ ଫୋକସ କରୁଥିବା ସମସ୍ତ ଦେଶ ପାଇଁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେଣୁ ଏହାର ବ୍ୟବହାର ତୁରନ୍ତ ବନ୍ଦ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି ।

Show More

Related Articles

Back to top button