ଓଡ଼ିଶା

ଆମେରିକାର ୟୁନିଭର୍ସିଟି ଅଫ୍ ଭର୍ଜିନିଆରେ ଗୁଳିଚାଳନା

ଆମେରିକାର ୟୁନିଭର୍ସିଟି ଅଫ୍ ଭର୍ଜିନିଆରେ ଗୁଳିଚାଳନା । ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି । ତେବେ ଏପରି କରିବା ପଛରେ କିଛି ସ୍ପଷ୍ଟ ସୂଚନା ମିଳିନଥିବାବେଳେ ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କୁ ଗିରଫ କରାଯାଇ ନାହିଁ ।

ପୋଲିସକୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ୟୁଭିଏ ଫୁଟବଲ ଟିମ୍‌ର ପୂର୍ବତନ ଖେଳାଳି। ସେ ରବିବାର ହଠାତ ଫାୟାରିଂ ଆରମ୍ଭ କରିଦେଇଥିଲେ। ଆକ୍ରମଣ କରିବା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ତାଙ୍କର ଏକ ଫଟୋ ଜାରି କରିଛି। ସମସ୍ତଙ୍କୁ ଅପିଲ କରାଯାଇଛି ଯେ, କୌଣସି ସୂଚନା ମିଳିବା ମାତ୍ରେ ତୁରନ୍ତ ୯୧୧ରେ ସୂଚନା ପ୍ରଦାନ କରନ୍ତୁ।

 

Show More

Related Articles

Back to top button