Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବ‌ୋରିସ୍‌ ଜନସନ

ଲଣ୍ଡନ: ବ୍ରିଟେନରେ ଦେଖାଦେଇଛି ରାଜନୈତିକ ସଙ୍କଟ। ଶେଷରେ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବ‌ୋରିସ୍‌ ଜନସନ। କନ୍‌ଜରଭେଟିଭ୍‌ ପାର୍ଟିର ନେତା ଭାବେ ଇସ୍ତଫା ପରେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବ‌ୋରିସ୍‌ ଜନ୍‌ସନ୍‌ ପ୍ରଧାନମନ୍ତ୍ରୀ ପଦରୁ ବି ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ବିବାଦ ଉପୁଜିବା ପରେ ଜନ୍‌ସନ୍‌ ଆଉ ପଦରେ ରହିବା ଉଚିତ ନୁହେଁ ବୋଲି ମତ ରଖି ତାଙ୍କ ଦଳରୁ ଅନେକ ନେତା ଇସ୍ତଫା ଦେଇ ସାରିଛନ୍ତି। ଏପରିିକି ଜନ୍‌ସନ୍‌ଙ୍କ ଇସ୍ତଫା ଦାବି କରି ଗତ ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୫୦ରୁ ଅଧିକ ମନ୍ତ୍ରୀ ବ୍ରିଟିଶ୍‌ ସରକାରରୁ ନିଜକୁ ବାଦ୍‌ ଦେଇଛନ୍ତି। ସୂଚନା ଅନୁଯାୟା, ଆଗାମୀ ଅକ୍ଟୋବର ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଦଳର ଅନ୍ୟ କେହି ନେତା ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଜନସନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ରହିବେ। ୨୦୧୯ ମସିହାରେ ଜନ୍‌ସନ୍‌ ବହୁ ସଂଖ୍ୟକ ଭୋଟ୍‌ ପାଇ ପ୍ରଧାନମନ୍ତ୍ରୀ ଭାବେ ଜିତିଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଜନ୍‌ସନ୍‌ଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଥିଲା। ଖବର ଅନୁଯାୟୀ, ବୋରିସ୍ ଜନସନ ନିଜ ପଦରୁ ହଟିବା ପରେ କିଏ ହେବ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ।

Show More

Related Articles

Back to top button