Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଆସନ୍ତାକାଲି ଓଡିଶା ଗସ୍ତରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ ।ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳମତ ନିର୍ବିଶେଷରେ ଓଡିଆ ଝିଅ ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ଅପିଲ କରିଛନ୍ତି । ବିଭିନ୍ନ ଦଳର ବିଧାୟକଙ୍କୁ ବିଜେଡି ନେତାମାନେ ସାକ୍ଷାତ କରି ତାଙ୍କୁ ଭୋଟ ଦେବାକୁ କହୁଛନ୍ତି । ସବୁଠୁ ବଡ଼ କଥା ହେଲା ଏହି ଗସ୍ତ ସମୟରେ ଦ୍ରୈାପଦୀ ମୁର୍ମୁଙ୍କୁ ରାଜ୍ୟ ଅତିଥି ଭାବେ ମାନ୍ୟତା ଦେଇ ରାଜ୍ୟ ସରକାର ଅତିଥି ସତ୍କାର କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ସେ ସାଢ଼େ ୧୦ଟା ବେଳେ ବିଧାନସଭାକୁ ଆସିବେ। ବିଧାନସଭାର ୫୪ ନମ୍ବର କକ୍ଷରେ ଏଥିଲାଗି ସ୍ୱତନ୍ତ୍ର ଆୟୋଜନ ହେଉଛି। ଏଥିରେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଆସନ୍ତାକାଲି ୧୦ଟାରେ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିବା ପରେ ପ୍ରଥମେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ତାପରେ ସେ ବିଧାନସଭାକୁ ଆସିବେ। ସେ ନିଜ ସପକ୍ଷରେ ସମର୍ଥନ ଲାଗି ଓଡ଼ିଶା ଆସୁଛନ୍ତି। ସେ ସବୁ ଦଳର ସମର୍ଥନ ଲାଗି ପ୍ରୟାସ ଜାରିରଖିଛନ୍ତି।

Show More

Related Articles

Back to top button