ଓଡ଼ିଶାସ୍ୱତନ୍ତ୍ର

ଆଳୁ ଦର ୭୦ ଛୁଇଁବ

ଚିନ୍ତାରେ ଖାଉଟି

ଭୁବନେଶ୍ୱର: ଦିନକୁ ଦିନ ଅତ୍ୟାବଶକ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପାଇବାରେ ଲାଗିଛି । କ୍ଷୀର,ସୁଜି,ଅଟା,ତେଲ ପରେ ବର୍ତ୍ତମାନ ଆଳୁ ପାଳି ପଡିଛି । ଗତ ଦଶ, ପନ୍ଦର ଦିନ ହେବ  ଆଳୁ ଦରରେ ଲାଗୁନି ବ୍ରେକ୍ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବଢୁଥିବାରୁ ଆଳୁ ଦର ବଢୁଛି। ୧୮ଟଙ୍କାରେ ବିକ୍ରି ହେଉଥିବା ଆଳୁ ଏବେ କିଲୋ ପିଛା ୨୫ଟଙ୍କାରେ ବିକ୍ରି ହେଉଛି । ଆଗକୁ ଏହା ୭୦ଟଙ୍କା ଛୁଇଁପାରେ।

ବଜାରରେ ପିଆଜ ଦର ୧୫ ଟଙ୍କାରେ ସ୍ଥିର ରହିଥିବାବେଳେ  ଆଶ୍ଚର୍ଯ୍ୟଜନକ ଭାବେ ଆଳୁ ଦର ୨୫ ଛୁଇଁଲାଣି । ଦୁଇ ସପ୍ତାହ ତଳେ ଆଳୁ କିଲୋ ପିଛା ୧୮ଟଙ୍କା ଥିଲା। ହେଲେ ଏବେ ବଜାର ଦର ୨୫ ହୋଇଛି, କିଛି ଅସାଧୁ ବ୍ୟବସାୟୀ ୩୦ ଟଙ୍କାରେ ବି ବିକୁଛନ୍ତି । ଖୁଚରା ବଜାରରେ ଆଳୁ କିଲୋ ୭୦ ଟଙ୍କାରେ ବିକ୍ରି ହେବା ନେଇ ଆଶଙ୍କା ବି ଦେଖାଦେଲାଣି। ଯାହାକି ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ଅଟେ ।

Show More

Related Articles

Back to top button