Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଦିଲ୍ଲୀରେ ମାସ୍କ କଟକଣା କଡାକଡି

ଦିଲ୍ଲୀରେ ଏବେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।

ଦିଲ୍ଲୀ:  ଦିଲ୍ଲୀରେ ଏବେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ରାଜ୍ୟରେ ପୁଣି କରୋନା କଟକଣା କଡାକଡି କରିବାକୁ ଚେଷ୍ଟା କରିଛନ୍ତି । ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଦିଲ୍ଲୀ ସରକାର ଆଗଭଳି ପୁଣି ରାଜ୍ୟରେ ମାସ୍କ କଟକଣା କଡାକଡି କରିବାକୁ ଯାଉଛନ୍ତି । ପୂର୍ବ ଲକଡାଉନ ଭଳି ଏବେ ରାଜ୍ୟରେ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ । ଯଦି କେହି ଏହି କଟକଣାକୁ ଉଲଙ୍ଘନ କରେ ତେବେ ତାଙ୍କ ଉପରେ ୫୦୦ ଟଙ୍କା ଜୋରିମାନା ଲଗାଯିବ । ଏନେଇ ଡିଡିଏମଏ ତରଫରୁ ଏବେ ବୈଠକ ଜାରି ରହିଛି । ବୈଠକ ଶେଷରେ ବଢୁଥିବା କରୋନା ସଂକ୍ରମଣ ନେଇ ରାଜ୍ୟ ସରକାର କି ପଦକ୍ଷେପ ନେବାକୁ ଯାଉଛନ୍ତି ତାହା ସ୍ପଷ୍ଟ ହେବ ।

 

Show More

Related Articles

Back to top button