ଅପରାଧଆଇନ କାନୁନଦୁର୍ଘଟଣାଦେଶସ୍ୱାସ୍ଥ୍ୟ

ସରପ୍ରାଇଜ୍ ବାହାନାରେ ସ୍ୱାମୀର ଗଳା କାଟି ହତ୍ୟା ଉଦ୍ୟମ

ଅଭିଯୁକ୍ତ ଗିରଫ

ସରପ୍ରାଇଜ୍ ବାହାନାରେ ସ୍ୱାମୀର ଗଳା କାଟି ହତ୍ୟା ଉଦ୍ୟମ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ୍ୟ ଅଟେ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି  ଆନ୍ଧ୍ର ପ୍ରଦେଶରେ ଅନକାପାଲ୍ଲୀ ଜିଲ୍ଲାରେ । ଅନକାପାଲ୍ଲୀ ଜିଲ୍ଲାର ପୁଷ୍ପା ନାମକ ଜଣେ ମହିଳା ନିଜ ଭାବି ସ୍ୱାମୀ ରାମଙ୍କୁ ସରପ୍ରାଇଜ ଦେବା ବାହାନାରେ ଡାକି ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି । ଏବେ ଆହତ ଯୁବକ ଜଣଙ୍କ ହସ୍ପିଟାଲରେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ।

ପୋଲିସର ଦେଇଥିବା ସୂଚନା ଅନୁଯାୟୀ,ପୁଷ୍ପାଙ୍କ ବିବାହ ଆସନ୍ତା ମେ ୨୦ ତାରିଖରେ ମାଡ଼ାଗୁଲ୍ଲା ଅଂଚଳର ରାମ ନାଇଡୁଙ୍କ ସହିତ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଥିଲା । କିନ୍ତୁ ଯୁବତୀ ଜଣଙ୍କ ରାମଙ୍କୁ ବିବାହ କରିବାକୁ ଚାହୁଁନଥିବା ସତ୍ତ୍ୱେ ମଧ୍ୟ ସେମାନଙ୍କର ନିର୍ବନ୍ଧ ସରିଥିଲା । ରାମ ନାଇଡୁ ହାଇଦରାବାଦର ସିଏସଆଇଆରରେ କାର୍ଯ୍ୟରତ ଅଛନ୍ତି । ଘଟଣା ଦିନ ନିଜ ଭାବି ସ୍ତ୍ରୀଙ୍କ ସହିତ ଦେଖା କରିବାକୁ ଅନକାପଲ୍ଲୀ ଯାଇଥିଲେ । ସେଠାରେ ଦୁହେଁ ଖୁବ ସପିଙ୍ଗ ବି କରିଥିଲେ । ଆଉ ଏହା ପରେ ବାହାନା କରି ପୁଷ୍ପା ନିଜ ସାଙ୍ଗ ମାନଙ୍କ ସହ ଦେଖା କରେଇବା ପାଇଁ ରାମଙ୍କୁ ଅମରାପୁରୀର ଏକ ପାହାଡିଆ ସ୍ଥାନକୁ ନେଇ ଯାଇଥିଲେ ।ଯେଉଁଠି ଏଦୁହେଁ ଏକ ଘଣ୍ଟାରୁ ଅଧିକ ସମୟ କାଟିଥିଲେ । ଆଉ ଏହା ପରେ ଆଖି ବନ୍ଦ କରିବାକୁ କହି ରାମଙ୍କ ଗଳାରେ ଛୁରୀ ଚଳେଇ ଦେଇଥିଲେ । ଆଉ ତୁରନ୍ତ ସେଠାରୁ ଫେରାର ହୋଇଯାଇଥିଲେ । ଧାରୁଆ ଛୁରୀର ଆଘାତରେ ରାମ ଗଭୀର ଭାବରେ ଆହତ ହୋଇଛନ୍ତି । ଗଭୀର ଭାବେ ଆହତ ହେବା ପରେ ମଧ୍ୟ ରାମ ୧୦୮କୁ ଫୋନ କରି ଆମ୍ବୁଲାନ୍ସ ଡାକିଥିଲେ । ଆଉ ଏହା ପରେ ନିଜ ଲୋକଙ୍କୁ ସୂଚନା ଦେଇଥିଲେ ।

ପ୍ରଥମେ ପୁଷ୍ପା ଏହାକୁ ଏକ ଦୁର୍ଘଟଣା କହୁଥିବାବେଳେ ପରେ ନିଜ ଦୋଷ ସ୍ୱୀକାର କରିଛନ୍ତି । ଏହାସହ ଘଟଣାରେ ବ୍ୟବହାର ହୋଇଥିବା ଛୁରୀକୁ ବି ଜବତ କରାଯାଇଛି ।

Show More

Related Articles

Back to top button