ଓଡ଼ିଶାବ୍ୟକ୍ତିତ୍ୱସ୍ୱତନ୍ତ୍ର

ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି,ଏନେଇ ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ

ପୁରୀ ଗସ୍ତରେ ରାଷ୍ଟ୍ରପତି । ଆସନ୍ତା ୧୦ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ।ଏହି ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ । ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ ନେଇ ଆଲୋଚନା କରାଯିବ । ଏବାବଦରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର ।

ସୂଚନାଯୋଗ୍ୟ, ଓଡ଼ିଶା ଗସ୍ତ ଆସିବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ରାଷ୍ଟ୍ରପତି ପଦରେ ନିଯୁକ୍ତ ହେବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି । ନିଜ ସ୍କୁଲ ଓ ହଷ୍ଟେଲ ବୁଲିବେ । ନିଜର ପୁରୁଣା ସ୍ମୃତି ସହ ୧୦ ମିନିଟ ବିତାଇବେ । କେବଳ ପୁରୁଣା ଛାତ୍ରୀ ନୁହେଁ ସ୍କୁଲ ଆଲୁମିନି ଭାବେ ସ୍କୁଲ କଥା ବି ବୁଝିବେ । ଯାହାକୁ ନେଇ ସ୍କୁଲରେ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ସମସ୍ତେ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଉତ୍ସାହ ପ୍ରକାଶ କରିଛନ୍ତି । ୧୦ ଓ ୧୧ ଦୁଇ ଦିନ ଅନେକ କାର୍ଯ୍ୟକ୍ରମରେ ସାମିଲ ହେବେ । ପୁରୀ ଯାଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଅବଢ଼ା ଖାଇବେ

Show More

Related Articles

Back to top button