ଜୀବନଚର୍ଯ୍ୟାସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଛୋଟ ପିଲାମାନଙ୍କୁ ଶୀଘ୍ର ଶୁଆଇବା ପାଇଁ ଆପଣାନ୍ତୁ ଏହି ଉପାୟ

ପିଲାମାନଙ୍କୁ ବେଳେବେଳେ ଶୁଆଇବା ପାଇଁ ମା ମାନଙ୍କୁ ବହୁତ୍ ହଇରାଣ ହରକତ୍ ହେବାକୁ ପଡିଥାଏ ।  ଶିଶୁମାନଙ୍କୁ ପ୍ରତ୍ୟେକ ଉପାୟରେ ଶୁଆଇବାକୁ ଚେଷ୍ଟା କରନ୍ତି କିନ୍ତୁ ପିଲାମାନେ ଶୋଇନଥାନ୍ତି । ଏପରି ପରିସ୍ଥିତିରେ,ଯଦି ଆପଣ ମଧ୍ୟ ଚିନ୍ତିତ ଅଛନ୍ତି, ତେବେ କିଛି ଟିପ୍ସକୁ ଆପଣେଇଲେ ଆପଣଙ୍କ ଶିଶୁ ମଧ୍ୟ ତୁରନ୍ତ ଶୋଇପଡିବ ।

ତେବେ ପିଲାମାନଙ୍କୁ ଶୁଆଇବାବେଳେ ଜବରଦସ୍ତ ଶୋଇବାକୁ ବାଧ୍ୟ କରନ୍ତୁ ନାହିଁ କାରଣ ଏହା ପିଲାମାନଙ୍କୁ ବିରକ୍ତ କରିପାରେ ।

– ଯଦି ଆପଣ ପିଲାମାନଙ୍କ ସମୟସାରଣୀ ବା ସିଡ୍ୟୁଲ ଠିକ ରଖନ୍ତି, ତେବେ ଏହାଦ୍ୱାରା ପିଲାମାନେ ଶୀଘ୍ର ଶୋଇପଡ଼ିଥାନ୍ତି । ପିଲାମାନଙ୍କର ବିକାଶ ପାଇଁ ଖେଳିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ପିଲାମାନଙ୍କୁ ଖେଳିବାକୁ ଦିଅନ୍ତୁ । ପିଲାମାନେ ବାହାରେ ଖେଳିବା ଦ୍ୱାରା କ୍ଳାନ୍ତ ହୁଅନ୍ତି, ଯେଉଁ କାରଣରୁ ସେମାନେ ନିଦ୍ରା ଅନୁଭବ କରନ୍ତି, ତେଣୁ ପିଲାମାନଙ୍କୁ ଖେଳିବାକୁ ବାହାରକୁ ନେଇଯାଆନ୍ତୁ ।

-ପିଲାମାନଙ୍କୁ କିଛି ସମୟ ଦିଅନ୍ତୁ । ବେଳେବେଳେ ଶୋଇବାକୁ ସମୟ ମଧ୍ୟ ଲାଗିପାରେ, ତେଣୁ ପିଲାମାନଙ୍କୁ ଗାଳି ଦିଅନ୍ତୁ ନାହିଁ ଯେତେବେଳେ ପିଲାମାନେ ପୁଷ୍ଟିକର ଖାଦ୍ୟ ଖାଆନ୍ତି, ସେମାନଙ୍କୁ ଭଲ ନିଦ ହୁଏ । ବିଶେଷ କରି ରାତିରେ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ସହ କ୍ଷୀର ପିଇବାକୁ ଦିଅନ୍ତୁ ।

– ଶିଶୁର ମୁଣ୍ଡକୁ ଧୀରେ ଧୀରେ ମାଲିସ୍ କରନ୍ତୁ । ପିଲାମାନଙ୍କର ମୁଣ୍ଡକୁ ଧୀରେ ଧୀରେ ମାଲିସ କରିବା ଦ୍ୱାରା ସେମାନଙ୍କୁ ଭଲ ଭାବେ ନିଦ ଆସିଯାଇଥାଏ ।

-ପିଲାମାନଙ୍କୁ ଶୁଆଇବାର ପୁରାତନ ଉପାୟ ହେଉଛି ସେମାନଙ୍କୁ ଭଲ କାହାଣୀ କହିବା। ଏହା ପିଲାମାନଙ୍କୁ ଖୁସି କରାଇବା ସହ ସେମାନେ ଆନନ୍ଦରେ ଶୋଇପଡନ୍ତି । ସେହିପରି ପିଲାମାନେ ରାତିରେ ହଠାତ ଶୁଅନ୍ତି ନାହିଁ,ତେଣୁ ତାଙ୍କ ସହ ଅଳ୍ପ ସମୟ ଖେଳନ୍ତୁ । ଯାହାକି ପିଲାମାନଙ୍କୁ ଶୋଇବାରେ ସାହାଯ୍ୟ କରିବ ।

 

Show More

Related Articles

Back to top button