ଦେଶସ୍ୱତନ୍ତ୍ର

ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି ପାଇଁ ପିଅନ୍ତୁ ଏହି ଜୁସ୍

କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଫଳପ୍ରଦ ହୋଇଥାଏ । ଶରୀରର ଅନେକ ରୋଗକୁ ଦୂର କରିଥାଏ କଲରା। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ କଲରା ଭଳି ତା’ ପତ୍ର ମଧ୍ୟ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର।କଲରା ପତ୍ରରେ ଭିଟାମିନ୍‌ ସି ଓ ଆଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ପରିମାଣରେ ରହିଛି, ଯାହା ଶରୀରର ଅନେକ ସମସ୍ୟାକୁ ସମାଧାନ କରିଥାଏ ।

କଲରା ପତ୍ର ମହିଳାଙ୍କ ଋତୁସ୍ରାବ ଜନିତ ପୀଡ଼ାକୁ କମ୍‌ କରିବାରେ ବେଶ୍‌ ସାହାଯ୍ୟ କରିଥାଏ। ମାସିକ ଧର୍ମ ବେଳେ ହେଉଥିବା ପେଟ ପୀଡ଼ା ଖୁବ୍‌ ଯନ୍ତ୍ରଣାଦାୟକ ହୋଇଥାଏ। ଏହି ସମୟରେ ଝିଅମାନେ ଠିକ୍‌ ଭାବେ ଉଠା ବସା ବି କରିପାରନ୍ତି ନାହିଁ। ପିରିୟଡ୍ସ ବେଳେ ମୁଡ୍‌ ସ୍ୱିଂ, ଚିଡ଼ଚିଡ଼ାପଣ ଓ ବିରକ୍ତ ବି ଲାଗେ। ଏସବୁ ସମସ୍ୟାରୁ ମୁକ୍ତି ପାଇବାରେ ଆପଣ କଲରା ଓ କଲରା ପତ୍ରକୁ ବ୍ୟବହାର କରି ଆପଣ ଅସୁବିଧା ସମସ୍ୟାକୁ ଦୂରେଇ ପାରିବେ।

ପିରିୟଡ୍ସ ପୀଡ଼ାକୁ କମ୍‌ କରିବା ପାଇଁ ୧୦-୧୫ଟି କଲରା ପତ୍ର ନେଇ ଗ୍ରାଇଣ୍ଡିଂ କରି ଏହାର ରସ ବାହାର କରିଦିଅନ୍ତୁ। ଏଥିର ଅଳ୍ପ ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣରେ ଅଳ୍ପ ପାଣି ମିଶାଇ ପିଅନ୍ତୁ। ଏହାକୁ ପିଇବା ଦ୍ୱାରା ପିରିୟଡ୍ସ ପୀଡ଼ା କମିଯାଏ। ସୂଚନାଯୋଗ୍ୟ ଯେ କଲରା ଓ କଲରା ପତ୍ରକୁ ଡାଇବେଟିସ୍‌, ମୁଣ୍ଡ ବିନ୍ଧା ଓ ଇମ୍ୟୁନିଟି ବଢ଼ାଇବା ପାଇଁ ସେବନ କରିବାକୁ ଏକ୍ସପର୍ଟ ମତ ଦିଅନ୍ତି।

Show More

Related Articles

Back to top button