ଓଡ଼ିଶାସ୍ୱାସ୍ଥ୍ୟ

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍,୬ଗୁରୁତର ଏକାଧିକ ଆହତ

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍ । ଯାଜପୁର ଜିଳ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ସାହାପୁର ନିକଟରେ ଏଭଳି ଏକ ମର୍ମନ୍ତୁଦ ଦୂର୍ଘଟଣା ଘଟିଛି । ଫଳରେ ବସ ମଧ୍ୟରେ ଥିବା ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ସାମାନ୍ୟ ଆହତ ହେବା ସହ ୬ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହି ବସ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡ଼ରରେ ପିଟିହୋଇ ରାସ୍ତା ତଳକୁ ଓଲଟି ପଡିଥିଲା । ଫଳରେ ବସ ମଧ୍ୟରେ ଥିବା ୪୦ରୁ ଊର୍ଧ୍ବ ଯାତ୍ରୀ ସାମାନ୍ୟ ଆହତ ହେବା ସହ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ପାଣିକୋଇଲି ପେଟ୍ରୋଲିଂ ପୁଲିସ ଓ ସ୍ଥାନୀୟ ‘ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପ’ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ପହଁଚି ପ୍ରାଥମିକ ଚିକିତ୍ସା କରିବା ସହ ଏନଏଚଆଇ ଆମ୍ବୁଲାନ୍ସ ଯୋଗେ ଯାଜପୁର ଟାଉନ ମୂଖ୍ୟ ଚିକିତ୍ସାଳୟ ପଠାଇଥିଲେ।

ମୟୂରଭଞ୍ଜ ବେନିସାଗରରୁ ୪୦ଜଣ ଯାତ୍ରୀ ନେଇ ଚଣ୍ଡିଖୋଲ ନମ୍ବର ଥିବା ଏକ ଘରୋଇ ଶାନ୍ତିଲତା ବସ ଭୁବନେଶ୍ୱର ଯାଉଥିବା ବେଳେ ସାହାପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡ଼ରରେ ପିଟିହୋଇ ବସଟି ରାସ୍ତା ତଳକୁ ଓଲଟିପଡିଥିଲା। ଫଳରେ ବସ ମଧ୍ୟରେ ଥିବା ସମସ୍ତ ଯାତ୍ରୀ ଉଣାଅଧିକେ ଆହତ ହୋଇଥିଲେ।ଦୁର୍ଘଟଣା ଘଟିବାରୁ ସ୍ଥାନୀୟ ଲୋକମାନେ ପୁଲିସ, ‘ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପ’ ସଙ୍ଗଠନକୁ ସୂଚନା ଦେଇଥିଲେ। ସୂଚନା ପାଇ ସମସ୍ତେ ସେଠାରେ ପହଞ୍ଚିଥିଲେ। ରାଜପଥ ଆମ୍ବୁଲାନ୍ସ ଯୋଗେ ୫ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।

Show More

Related Articles

Back to top button