Breaking PLUSଦେଶ ବିଦେଶମୁଖ୍ୟ ଖବର

କର୍ଣ୍ଣାଟକରେ ମହିଳାଙ୍କୁ ନିବସ୍ତ୍ର କରି ମାରପିଟ କରିବା ଘଟଣାରେ ଜାତୀୟ ମହିଳା କମିଶନର ଉଦବେଗ

ନୂଆଦିଲ୍ଲୀ, 15 ଡିସେମ୍ବର – କର୍ଣ୍ଣାଟକରେ 42 ବର୍ଷୀୟ ଜଣେ ମହିଳାଙ୍କୁ ନିବସ୍ତ୍ର କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣାକୁ ନେଇ ଜାତୀୟ ମହିଳା କମିଶନର ଉଦବେଗ ପ୍ରକାଶ କରିଛନ୍ତି । ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା ଶୁକ୍ରବାର ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହାର ନିନ୍ଦା କରିଛନ୍ତି ।
ରେଖା ଶର୍ମା ଆୟୋଗର ସଦସ୍ୟା ଡେଲିନା ଖୋଙ୍ଗଡୁପଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ଘଟଣାସ୍ଥଳ ଯାଇ ଛାନଭିନ କରିବା ସହ ରିପୋର୍ଟ ପ୍ରସ୍ତୁତ କରିବ । ଡିସେମ୍ବର 17 ତାରିଖ ସୁଦ୍ଧା ଡିଜିପିଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି କମିଶନ ।
ଏଠାରେ ସୂଚନାଯୋଗ୍ୟ, ଡିସେମ୍ବର 10ରେ ବେଲଗାଭି ଜିଲ୍ଲାରେ ଏହି ମହିଳାଙ୍କ ପୁଅ ଜଣେ ଝିଅ ସହ ପଳାଇଥିବାରୁ ମହିଳାଙ୍କୁ ଏହି ଅକତନୀୟ ନିର୍ଯାତନା ଦିଆଯାଇଥିଲା । ମହିଳାଙ୍କୁ ନିବସ୍ତ୍ର ଗାଁରେ ବୁଲାଇବା ସହ ଖୁଣ୍ଟରେ ବାନ୍ଧିକରି ମାଡ ମରାଯାଇଥିଲା । ଏହାପରେ ମହିଳାଙ୍କ ଘରେ ନିଆଁ ଳଗାଇଦିଆଯାଇଥିଲା । ଏହି ଘଟଣାରେ ପୋଲିସ ଏବେ ସୁଦ୍ଧା 7ଜଣଙ୍କୁ ଗିରଫ କରିଛି ।

Show More

Related Articles

Back to top button