ଓଡ଼ିଶାଦୁର୍ଘଟଣାଦେଶସ୍ୱତନ୍ତ୍ର

ପୋଖରୀରେ ବୁଡ଼ି ଚାଲିଗଲା ଇସ୍ରୋ ବୈଜ୍ଞାନିକଙ୍କ ଜୀବନ

ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ବରଗଡ଼: ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଲି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୋଖରୀରେ ବୁଡ଼ି ଇସ୍ରୋର ୨୭ ବର୍ଷୀୟ ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି । ମୃତ ବୈଜ୍ଞାନିକ ହେଲେ ନିହାର ରଞ୍ଜନ ପ୍ରଧାନ । ଆଜି ଗାଁ ପୋଖରୀରେ ଗାଧୋଉ ଥିବା ସମୟରେ ସେ ହଠାତ୍ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ଅନୁଯାୟୀ, ଇସ୍ରୋ ବୈଜ୍ଞାନିକ ଭାବେ ନିହାର କେରଳରେ କାର୍ଯ୍ୟରତ ଥିଲେ । ଗତ ୧୫ ତାରିଖ ଛୁଟିରେ ସେ ନିଜ ଗାଁକୁ ଆସିଥିଲେ । ଗାଁରେ ଦୁଇଦିନ ରହିବାପରେ ଆଜି ମଦ୍ଧାହ୍ନରେ ଗାଁର ଏକ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମେ’ ପ୍ରଥମ ସପ୍ତାହ ସୁଦ୍ଧା ସେ କେରଳ ଫେରିଯିବାର ଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Show More

Related Articles

Back to top button