ଦେଶସ୍ୱାସ୍ଥ୍ୟ

ପୁଣି ଫେରିଲା କରୋନା, ଏଣିକି ମାସ୍କ ବାଧ୍ୟତାମୂଳକ

କୋଭିଡ୍‌ କଟକଣା କିଛି ମାତ୍ରାରେ କଡ଼ା କରିବାକୁ ନିଷ୍ପତ୍ତି

ଲକ୍ଷ୍ନୌ: ମହାମାରୀ କରୋନା ପୁଣି ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି , ଯାହାକି ବର୍ତ୍ତମାନ ଚତୁର୍ଥ ଲହରର ଆଶଙ୍କା କରାଯାଉଛି । ଏହି ଆଶା ଆଶଙ୍କାକୁ ନେଇ ନେଇ ଉତ୍ତରପ୍ରଦେଶ ସରକାର ସତର୍କ କରାଇବା ସହ ସର୍ବସାଧାରଣ ସ୍ଥାନରେ ଫେସ୍‌ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି । ରାଜଧାନୀ ଦିଲ୍ଲୀ ଏବଂ ଏନସିଆର ଜିଲ୍ଲାରେ କୋଭିଡ୍ ମାମଲାର ଦୃତ ବୃଦ୍ଧି ବଢ଼ିଥିବାରୁ କୋଭିଡ୍‌ କଟକଣା କିଛି ମାତ୍ରାରେ କଡ଼ା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଉତ୍ତରପ୍ରଦେଶର ଜନବହୁଳ ସ୍ଥାନ ଗୌତମୁ ବୁଦ୍ଧ ନଗର, ଗାଜିଆବାଦ, ହାପୁର, ମୀରଟ, ବୁଲନ୍ଦ ସହର, ଭାଗପତ ଏବଂ ରାଜଧାନୀ ଲକ୍ଷ୍ନୌରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଗୌତମ ବୁଦ୍ଧ ନଗରରେ ୬୫ ଟି ନୂଆ ମାମଲା, ଗାଜିଆବାଦରେ ୨୦ ଏବଂ ଲକ୍ଷ୍ନୌରେ ୧୦ଟି ମାମଲା ସାମ୍ନାକୁ ଆସିଛି। କୋଭିଡ୍‌ ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

 

Show More

Related Articles

Back to top button