Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଉପରମୁହାଁ ସଂକ୍ରମଣ: ଦୈନିକ ମାମଲା ୯୦% ବୃଦ୍ଧି

୨୪ ଘଣ୍ଟା ମଧ୍ୟରେ ୨,୧୮୩ ନୂତନ ମାମଲା ପଞ୍ଜିକୃତ

ଦେଶରେ ପୁଣି ଥରେ କରୋନା ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଫଳସ୍ୱରୂପ, ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୨,୧୮୩ ମାମଲା ପଞ୍ଜିକୃତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୧୧୫୦ଟି ମାମଲା ରୁଜୁ ହୋଇଛି । ପୂର୍ବରୁ ଏପ୍ରିଲ ୧୬, ୯୭୫ଟି ନୂଆ ମାମଲା ହୋଇଥିବାବେଳେ ଏପ୍ରିଲ ୧୫, ୯୫୯ ଟି ନୂଆ ମାମଲା ରୁଜୁ ହୋଇଥିଲା । ଏଭଳି ପରିସ୍ଥିତିରେ ପ୍ରାୟ ୯୦ ପ୍ରତିଶତ ବୃଦ୍ଧି ପାଇଛି ମାମଲା । ବିଗତ ଦିନରେ ଦିଲ୍ଲୀ, ୟୁପି ଏବଂ ହରିୟାଣାରେ କରୋନା ମାମଲାରେ ବୃଦ୍ଧି ଘଟିଛି । ଗତ ୨୪ଘଣ୍ଟା ମଧ୍ୟରେ, କରୋନାରୁ ୨୧୪ ରୋଗୀଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ।

ଏଥି ସହିତ, ୧୯୮୫ ଅଧିକ ଲୋକ ଏହି ରୋଗରୁ ଆରୋଗ୍ୟ ହୋଇଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ୧୧,୫୪୨ ସକ୍ରିୟ ମାମଲା ରହିଛି । ଗତ ୨୪ଘଣ୍ଟା ମଧ୍ୟରେ, କରୋନାର ୨,୬୧,୪୪ ପରୀକ୍ଷା କରାଯାଇଥିଲା । ଯାହା ପରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ପରୀକ୍ଷଣର ସଂଖ୍ୟା ୮୩.୨୧ କୋଟି ଛୁଇଁଛି । ମିଜୋରାମରେ ୬୧ଟି ନୂତନ କେସ୍ ପଞ୍ଜିକୃତ ହୋଇଛି । ଯାହା ପରେ ପଜିଟିଭିଟି ହାର ଏକ ଉଚ୍ଚ ସ୍ତରରେ ୩୫.୨୬% ରେ ପହଞ୍ଚିଛି । ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୮୬.୫୪ କୋଟି ଟିକାକରଣ ସରିଲାଣି । ଫଳରେ ଗତ କିଛି ଦିନ ମଧ୍ୟରେ ସାରା ଦେଶରେ କରୋନା ମାମଲାରେ ହ୍ରାସ ଘଟିଥିଲା । କିନ୍ତୁ ନିକଟ ଅତୀତରେ ପୁନର୍ବାର କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯେଉଁଥିପାଇଁ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି । ଅନେକ ରାଜ୍ୟ କରୋନା ମାମଲାଗୁଡ଼ିକର ହ୍ରାସ ଦେଖିବା ପରେ କୋଭିଡ ପ୍ରତିବନ୍ଧକକୁ ହଟାଇଥିଲେ ସରକାର । ଏବେ ସ୍ଥିତି ପୁଣିଥରେ ବିଗିଡିପାରେ ବୋଲି ଅନୁାମନ କରୁଛନ୍ତି ବିଶେଷଜ୍ଞ ।

Show More

Related Articles

Back to top button