ଦେଶମୁଖ୍ୟ ଖବର

ଥରିଲା ଜାମ୍ମୁ-କାଶ୍ମୀର

ଭୂକମ୍ପର ତୀବ୍ରତା ୩.୪ ରେକର୍ଡ

ଶ୍ରୀନଗର: ଥରିଲା ଜାମ୍ମୁ-କାଶ୍ମୀର । ସୋମବାର ମଧ୍ୟାହ୍ନ ଦିନ ୧୨ଟା ବାଜି ୯ ମିନିଟ୍‌ରେ ଜାମ୍ମୁ-କାଶ୍ମୀର କିଶ୍ତଓ୍ୱାଡରେ ଭୂକମ୍ପର ଝଟକା ଅନୁଭୂତ । ନ୍ୟାସନାଲ୍‌ ସେଣ୍ଟର ଫର୍‌ ସେସିମୋଲୋଜି ପକ୍ଷରୁ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ଦିଆଯାଇଛି । ଏଥିରେ କୌଣସି କ୍ଷୟ କ୍ଷତି ହୋଇ ଥିବା ସୂଚନା ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ରିକ୍ଟରସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୩.୪ ରେକର୍ଡ କରାଯାଇଛି ।

ହଠାତ୍ ଭୂମିକମ୍ପ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଉତ୍ତର ଭାରତର କେତକ ଅଞ୍ଚଳରେ ଗତ କିଛି ଦିନ ମଧ୍ୟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଦିଲ୍ଲୀ ଏବଂ ପୂର୍ବୋତ୍ତର ରାଜ୍ୟମାନଙ୍କରେ ଗତ କିଛି ଦିନ ମଧ୍ୟରେ ଭୂମିକମ୍ପର ଝଟକା ମଧ୍ୟ ଅନୁଭୂତ ହୋଇଛି । ମାତ୍ର ଏଥିଯୋଗୁଁ କୌଣସି ସ୍ଥାନରେ ବିଶେଷ ବଡ ଧରଣର କ୍ଷୟକ୍ଷତି ହୋଇ ନାହିଁ ।

Show More

Related Articles

Back to top button