ଓଡ଼ିଶାସ୍ୱତନ୍ତ୍ର

ନଭେମ୍ବର ୮ରେ ଦେଖାଦେବ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

ଗତକାଲି ବର୍ଷର ଶେଷ ସ୍ୱର୍ଯ୍ୟ ପରାଗ ଦେଖିବାକୁ ମିଳିଥିଲା । ସେହିପରି ଆସନ୍ତା ନଭେମ୍ବର ୮ରେ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ମଧ୍ୟ ଦେଖିବାକୁ ମିଳିବ । ଏହିଦିନ ଡଙ୍ଗାଭସା ପୂର୍ଣ୍ଣମୀ । ନଭେମ୍ବର ୮ରେ ଥିବା ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୫ଟା ୩୨ରେ ଆରମ୍ଭ ହୋଇ ୬ଟା ୧୮ରେ ସରିବ।

ଏହି ଚନ୍ଦ୍ରଗ୍ରହଣ କୋଲକାତା, ସିଲିଗୁଡ଼ି, ପାଟନା, ରାଞ୍ଚି, ଗୌହାଟି ଆଦି ସ୍ଥାନରେ ଦେଖିବାକୁ ମିଳିବ। ପୃଥିବୀର ଦେବ ଦୀପାବଳିର ପର ଦିନ ଏହି ଗ୍ରହଣ ଉତ୍ତର ଏବଂ ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକାର ଅଧିକାଂଶ ଅ଼ଞ୍ଚଳରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ।

Show More

Related Articles

Back to top button