ଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ଏଜି ଅଶୋକ ମହାନ୍ତିଙ୍କ ଡିସ୍‌ଚାର୍ଜ ପିଟିସନକୁ ଖାରଜ କଲେ ହାଇକୋର୍ଟ

କଟକ : ପୂର୍ବତନ ଆଡ଼ଭୋକେଟ ଜେନେରାଲ ଅଶୋକ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ। ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରୁ ବାଦ ଦେବାକୁ ସେ କରିଥିବା ଡିସ୍‌ଚାର୍ଜ ଆବେଦନକୁ ଆଜି ହାଇକୋର୍ଟ ଖାରଜ କରିଛନ୍ତି। ତେଣୁ ଅର୍ଥତତ୍ତ୍ୱ ମାମଲାରେ ସେ ବିଚାରର ସାମ୍ନା କରିବା ସ୍ପଷ୍ଟ ହୋଇଛି। ସୂଚନାନୁସାରେ, ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ନିଜକୁ ବାଦ ଦେବା ପାଇଁ ଭୁବନେଶ୍ୱର ସିବିଆଇ କୋର୍ଟରେ ସେ ଡିସ୍‌ଚାର୍ଜ ପିଟିସନ ଆବେଦନ କରିଥିଲେ। ସିବିଆଇ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ। ପରେ ସେ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତଦେଶ ଜାରି କରିଥିଲେ। ଗତ ୨୦୧୮ ମସିହାରୁ ସ୍ଥଗିତଦେଶ ଯୋଗୁଁ ସିବିଆଇ କୋର୍ଟରେ ମୂଳ ମାମଲାର ଶୁଣାଣି ହୋଇପାରୁ ନ ଥିଲା। ଏହି ପ୍ରସଙ୍ଗରେ ସିବିଆଇ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟରେ ୨୦୧୮ ମସିହାରୁ ପଡିରହିଥିବା ଅଶୋକଙ୍କ ଆବେଦନର ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତ୍ୱରିତ ଶୁଣାଣି ହୋଇ ନ ପାରିଲେ ଅନ୍ତରିଣ ସ୍ଥଗିତଦେଶ ହଟାଇବାକୁ ଗତ ଅଗଷ୍ଟ ମାସରେ ସର୍ବୋଚ୍ଚ ଅଦାଲତ ରାୟରେ ସ୍ପଷ୍ଟ କରିଥିଲେ। ଏହାପରେ ଅଶୋକଙ୍କ ଆବେଦନକୁ କୋର୍ଟ ଶୁଣାଣି କରି ଆଜି ଡିସ୍‌ଚାର୍ଜ ପିଟିସନ ଖାରଜ କରିଛନ୍ତି। ଏହାସହ ମୂଳ ମାମଲାର ନିୟମିତ ଶୁଣାଣି କରି ଏକ ବର୍ଷ ମଧ୍ୟରେ ଫଇସଲା କରିବାକୁ ହାଇକୋର୍ଟ ଭୁବନେଶ୍ୱର ସିବିଆଇ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button