Breaking PLUSଓଡ଼ିଶାଖେଳଦେଶ ବିଦେଶମୁଖ୍ୟ ଖବରସେଲିବ୍ରିଟି

ପୁଣି ଦେଖିବାକୁ ମିଳିବ ଆଇପିଏଲ୍ କ୍ରୀଡାସୂଚୀ

 ପୁଣି ଦେଖିବାକୁ ମିଳିବ ଆଇପିଏଲ୍‌ କ୍ରୀଡା ମଞ୍ଚ ।

ପୁଣି ଦେଖିବାକୁ ମିଳିବ ଆଇପିଏଲ୍‌ କ୍ରୀଡା ମଞ୍ଚ । ୨୦୨୨ର ଆଇପିଏଲ୍‌ ସଂସ୍କରଣ ପାଇଁ ଖୁବ ଶୀଘ୍ର ପ୍ରକାଶ ପାଇବ କ୍ରୀଡା ସୂଚୀ । ଚଳିତ ବର୍ଷ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ଟି ମ୍ୟାଚ୍‌ ଖେଳାଯିବ ଏବଂ ସମସ୍ତ ଲିଗ୍‌ ମ୍ୟାଚ୍ ମୁମ୍ବାଇ ଓ ପୁନେର ୪ଟି ଷ୍ଟାଡିୟମ୍‌ରେ ଖେଳାଯିବ । ମୋଟ ୭୦ଟି ଲିଗ୍‌ ମ୍ୟାଚ୍‌ ମଧ୍ୟରୁ ମୁମ୍ବାଇରେ ୫୫ଟି ଓ ପୁନେରେ ୧୫ଟି ମ୍ୟାଚ୍‌ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ମୁମ୍ବାଇର ୱାଙ୍ଖେଡ଼େ, ଡିୱାଇ ପାଟିଲ ଓ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ଏବଂ ପୁନେର ଏମ୍‌ସିଏ ଷ୍ଟାଡିୟମ୍‌ରେ ଆଇପିଏଲ୍‌ ମ୍ୟାଚ୍‌ସବୁ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଏହି ୪ଟି ଷ୍ଟାଡିୟମ୍‌ରେ ୪୦ ପ୍ରତିଶତ ଦର୍ଶକଙ୍କୁ ଖେଳ ଦେଖିବାର ଅନୁମତି ମିଳିବ। ପରେ କରୋନା ସଂକ୍ରମଣର ସ୍ଥିତିକୁ ଦେଖି ଅଧିକ ଦର୍ଶକଙ୍କୁ ଅନୁମତି ଦିଆଯିବାର ନିଷ୍ପତ୍ତି ନିଆଯିବ। ଆଉ ୪ଟି ପ୍ଲେ-ଅଫ୍ ମ୍ୟାଚ୍‌ କେଉଁଠାରେ ଖେଳାଯିବ ତା’ର ନିଷ୍ପତ୍ତି ନିଆଯିବା ପରେ କ୍ରୀଡାସୂଚୀ ପ୍ରକାଶ ପାଇବ। ସୂଚନା ଯୋଗ୍ୟ ଯେ,ଚଳିତ ବର୍ଷର ଆଇପିଏଲ୍ କ୍ରୀଡାସୂଚୀ ଆସନ୍ତା ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇ ମେ’ ୨୯ରେ ଶେଷ ହେବ ।

Show More

Related Articles

Back to top button