ଓଡ଼ିଶାଦେଶସ୍ୱତନ୍ତ୍ର

ଆମାଜନରେ ଶସ୍ତା ହେଲା ଆଇଫୋନ୍

ଆପଣ ଶସ୍ତାରେ ଆଇଫୋନ୍ କିଣିବାକୁ ଚାହୁଁଛନ୍ତି କି , ଯଦି ହଁ ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି  ଇ-କମର୍ସ ପ୍ଳାଟଫର୍ମ ଆମାଜନ । ଆମାଜନ ଏବେ ତାର ପ୍ରିୟ ୟୁଜର୍ସଙ୍କ ପାଇଁ  ଭିନ୍ନ ଭିନ୍ନ ଅଫର ନେଇ ଆସିଛି। ତେଣୁ ଏହି ଅଫରକୁ ହାତ ଛଡ଼ା ନକରି ଶୀଘ୍ର କିଣି ଆଣନ୍ତୁ।

ଆମାଜନ ଏବେ iPhone 12 64 GB ଭାରିଏଣ୍ଟରେ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଅଫର ରଖିଛି। ଯାହା କାରଣରୁ ଏହି ମଡେଲର ଦାମ ଶସ୍ତା ହୋଇଯାଇଛି।ଯାହାଦ୍ୱାରା ଏହି ମଡେଲର ଦାମ ମାତ୍ର ୫୩, ୯୦୦ ଟଙ୍କାକୁ ଖସି ଆସିଛି।

ସେହିପରି iPhone 13ର ବ୍ଲୁ ଓ ରେଡ କଲର ଅପସନରେ ମଧ୍ୟ ଏହି ସମାନ ଡିସକାଉଣ୍ଟ ଅଫର ଅଛି। ଏହାବ୍ୟତିତ iPhone 12 64GB ଷ୍ଟୋରେଜର ପର୍ପଲ ଓ ହ୍ଵାଇଟ କଲର ଅପସନରେ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫ୍ଲାଟ ଡିସକାଉଣ୍ଟ ଅଫର ରହିଛି। ତେବେ iPhone 12ର ଅଫିସିଆଲ ପ୍ରାଇଜ ୬୫,୯୦୦ ଟଙ୍କା ଥିବା ବେଳେ ଅଫର ଆଡ ହୋଇ ଦାମ ୫୩,୯୦୦ ଟଙ୍କା ହୋଇଛି।  ଆମାଜନ iPhone 12 128 GB ଭାରିଏଣ୍ଟରେ ୧୧ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦିଆଯାଇଛି। ଯାହାର ମୂଲ୍ୟ କମିଯାଇ ୫୯,୯୦୦ ଟଙ୍କା ରହିଛି। ବଜାରରେ ଏହାର ପ୍ରକୃତ ଦାମ ହେଉଛି ୭୦,୯୦୦ ଟଙ୍କା। ଏହାସହ ଇ-କମର୍ସ ପ୍ଲାଟଫର୍ମ ଏକ୍ସଚେଞ୍ଜ ଅଫର ସହିତ ବ୍ୟାଙ୍କ ଅଫର ମଧ୍ୟ ରଖିଛି। ପ୍ରଥମରେ ଏକ୍ସଚେଞ୍ଜ ଅଫର ୧୧,୬୫୦ ଟଙ୍କା ଥିବା ବେଳେ ୨୦୦୦ ଟଙ୍କା ଡିସକାଉଣ୍ଟ ବ୍ୟାଙ୍କ ଅଫ ବରୋଦାର କ୍ରେଡିଟ କାର୍ଡ ପାଇଁ ରଖାଯାଇଛି। ତେବେ ଏକ୍ସଚେଞ୍ଜ ଅଫର ସମୟରେ ମୋବାଇଲର କଣ୍ଡିସନ ଭଲ ଥିବା ଜରୁରୀ। ମାକ୍ସିମମ ଏକ୍ସଚେଞ୍ଜ ଅଫର ଆପଣଙ୍କୁ iPhone 11 ଉପରେ ମିଳିବ।

 

Show More

Related Articles

Back to top button