Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

କରୋନା ସଂକ୍ରମଣ ମଧ୍ୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ଭୟଙ୍କର ରୋଗରେ ପୀଡିତ ଅଛନ୍ତି

ନୂଆଦିଲ୍ଲୀ: ଚୀନରେ କରୋନାର ସ୍ଥିତି ଅସମ୍ଭାଳ ହୋଇପଡ଼ିଥିବା ବେଳେ ସେଠାରେ କିଛି ସହରରେ ଲକଡାଉନ୍ ଲାଗୁ କରାଯାଇଛି । ତେବେ ଏହାରି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ଭୟଙ୍କର ରୋଗରେ ସଂକ୍ରମିତ ହୋଇଥିବା ଏକ ସୂଚନାରୁ ଜଣାପଡ଼ିଛି । ସେରେବ୍ରଲ ଏନ୍ୟୁରିଜ୍ମ ନାମକ ଏକ ଘାତକ ରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି । ଏହାପରେ ଜିନପିଙ୍ଗଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଛି ।  ଜଣାପଡ଼ିଛି ଯେ, ଗତବର୍ଷ ଶେଷାର୍ଦ୍ଧରେ ଜିନପିଙ୍ଗ ଏହି ରୋଗ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସର୍ଜରୀ ବଦଳରେ ଜିନପିଙ୍ଗ ଚୀନର ପାରମ୍ପରିକ ଔଷଧରେ ଚିକିତ୍ସିତ ହେଉଛନ୍ତି । ବେଜିଂ ୱିଣ୍ଟର ଅଲିମ୍ପିକ ପର୍ଯ୍ୟନ୍ତ ସେ କୌଣସି ବିଦେଶୀ ନେତାଙ୍କ ସହ ସାକ୍ଷାତ କରିନଥିଲେ । ତେଣୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହାପୂର୍ବରୁ ଗତ ୨୦୧୯ରେ ଜିନପିଙ୍ଗ ଇଟାଲୀ ଗସ୍ତ ସମୟରେ ଚାଲିବାରେ କଷ୍ଟ ଅନୁଭବ କରିଥିଲେ । ଏହାପରେ ଫ୍ରାନ୍ସରେ ତାଙ୍କୁ ଉଠିବା, ବସିବା ପାଇଁ ସପୋର୍ଟର ଆବଶ୍ୟକତା ପଡ଼ିଥିଲା । ୨୦୨୦ରେ ଚୀନର ଶେନଝେନ ରାଲିରେ ସେ ବହୁ ବିଳମ୍ବରେ ମଞ୍ଚରେ ପହଞ୍ଚିବା ସହ ଧୀର ସ୍ୱରରେ ଭାଷଣ ଦେଇଥିଲେ । ତେବେ ଜିନପିଙ୍ଗ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଦାୟିତ୍ୱ ନେବା ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ତାଙ୍କର ଶାରୀରିକ ଅସୁସ୍ଥତା ନିହାତି ପକ୍ଷେ ଚିନ୍ତା ବଢାଇଦେଇଛି ।

Show More

Related Articles

Back to top button