ଦେଶସ୍ୱାସ୍ଥ୍ୟ

ଜୁଲାଇ ୧୫ରୁ ଦିଆଯିବ ମାଗଣା ବୁଷ୍ଟର ଡୋଜ

ଦେଶରେ ଉପରମୁହାଁ କରୋନା ଗ୍ରାଫ୍ । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇଭବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜୁଲାଇ ୧୫ ତାରିଖରୁ ୧୮-୫୯ ବର୍ଷ ବୟସର ସମସ୍ତ ନାଗରିକଙ୍କୁ କୋଭିଡ ନିରୋଧୀ ଟିକାର ବୁଷ୍ଟର ଡୋଜ ମାଗଣା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହି ଅଭିଯାନ ୧୫ ତାରିଖରୁ ଆରମ୍ଭ ହୋଇ ୭୫ ଦିନ ପାଇଁ ଚାଲୁ ରହିବ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ କେନ୍ଦ୍ର ସରକାର ଏହି ବୁଷ୍ଟର ଡୋଜ ମାଗଣାରେ ଦେବାକୁ ନିଷ୍ପତ୍ତି କରିଛନ୍ତି । ଏନେଇ ବୁଧବାର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ।

କହିରଖୁ କି ଦେଶରେ ୧୮-୫୯ ବର୍ଷ ବୟସ ମଧ୍ୟରେ ୭୭ କୋଟି ଲୋକଙ୍କୁ ବୁଷ୍ଟର ଡୋଜ ଦେବାର ଥିଲା । ହେଲେ ଏପର୍ଯ୍ୟନ୍ତ ମାତ ୧ ପ୍ରତିଶତ ଲୋକ ଏହି ବୁଷ୍ଟର ଡୋଜ ନେଇଛନ୍ତି । ସେପଟେ ୬୦ ବର୍ଷରୁ ଅଧିକ , ମେଡିକାଲ ଷ୍ଟାଫ ଓ କରୋନା ଯୋଦ୍ଧା ଭାବେ ୧୬ କୋଟି ଲୋକ ବୁଷ୍ଟର ଡୋଜ ନେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ମୋଟ ୨୬ ପ୍ରତିଶତ ଲୋକ ଏହି ବୁଷ୍ଟର ଡୋଜ ନେଇଛନ୍ତି ।

ସେପଟେ ପ୍ରଥମେ ଟିକାର ଉଭୟ ଡୋଜ ନେବାର ୯ ମାସ ପରେ ବୁଷ୍ଟର ଡୋଜ ନେବାର ପ୍ରାବଧାନ ଥିଲା । ମାତ୍ର ଏବେ ସରକାର ଏହି ସମୟ ସୀମାକୁ ୯ ମାସରୁ କମାଇ ୬ ମାସ କରିଛନ୍ତି । ଅର୍ଥାତ କୌଣସି ବ୍ୟକ୍ତି କରୋନା ଟିକାର ଦ୍ୱିତୀୟ ଡୋଜ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ ।

Show More

Related Articles

Back to top button