Breaking PLUSଓଡ଼ିଶାମୁଖ୍ୟ ଖବର

ଶହୀଦନଗରରୁ ଯୁବତୀଙ୍କୁ କାର୍‌ରେ ଅପହରଣ କରିନେଲେ ଦୁର୍ବୃତ୍ତ

ଭୁବନେଶ୍ୱରରେ ଥିବା ଶହୀଦନଗର ଅଞ୍ଚଳରୁ ଯୁବତୀଙ୍କୁ ଅପହରଣ ଅଭିଯୋଗ।

ଏକ କଳା ସ୍ୱିଫ୍ଟ ଡିଜାୟାର୍‌ କାର୍‌ରେ କିଛି ଯୁବକ ଆସି ସେହି ଯୁବତୀଙ୍କୁ ଜୋର୍‌ ଜବରଦସ୍ତି କରି କାର୍‌ରେ ବସାଇ ଅପହରଣ କରି ନେଇଛନ୍ତି। ଅପହରଣ ପରେ କିଛି ସ୍ଥାନୀୟ ଲୋକ ସେହି କାର୍‌କୁ ପିଛା କରିଥିଲେ। ପରେ କାର୍‌କୁ ଅଟକାଇବା ପାଇଁ ଲୋକମାନେ କାର୍‌କୁ ପଥର ମାଡ଼ କରିଥିଲେ।

କିନ୍ତୁ କାର୍‌କୁ ଦୁର୍ବୃତ୍ତମାନେ ନେଇ ପଳାଇଯାଇଛନ୍ତି। ଅପହପରଣ ହୋଇଥିବା ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ସମସ୍ତଙ୍କୁ ଚକମା ଦେଇ ଯୁବତୀଙ୍କୁ ନେଇ ଚମ୍ପଟ ମାରିଛି ଏହି କାର୍‌।

Show More

Related Articles

Back to top button