Breaking PLUSଦୁର୍ଘଟଣା

ଗାଧୋଉଥିବା ସମୟରେ ପୋଖରୀରେ ବୁଡି ଯୁବକ ମୃତ

ବଡବିଲ : ଗାଧୋଉଥିବା ବେଳେ ପୋଖରୀରେ ବୁଡି ଯୁବକ ମୃତ । ମୃତକ ହେଉଛନ୍ତି ଯୋଡ଼ା ବ୍ଳକ, ବିରିକଳା ପଞ୍ଚାୟତ ଧୁବଲାବେଡ଼ା ଗାଁର ଝଣ୍ଡା ମହାକୁଡ଼ଙ୍କ ପୁଅ ସଞ୍ଜୀବ ମହାକୁଡ । ସେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ହଠାତ୍ ପାଣିରେ ବୁଡ଼ି ଯାଇଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ପୋଖରୀରୁ ଯୁବକକୁ ଉଦ୍ଧାର କରି ନିକଟସ୍ଥ ବାସୁଦେବପୁର ମେଡ଼ିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Show More

Related Articles

Back to top button