Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ଗାଧୋଇବା ସମୟରେ ପୋଖରୀରେ ବୁଡି ଚାଷୀ ମୃତ

କେନ୍ଦ୍ରାପଡ଼ା: ଚାଷୀ ବିଲରୁ ଧାନ ରୁଆ ଶେଷ କରି ପୋଖରୀରେ ଗାଧୋଇ ଘରକୁ ଫେରିଥାନ୍ତେ। ହେଲେ ଗାଧୋଇବା ସମୟରେ ଗୋଡ ଖସିଯିବାରୁ ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି। ଏହିଭଳି ଏକ ଅଭାବନୀୟ ଘଟଣା ଘଟିଚି କେନ୍ଦ୍ରାପଡା ବ୍ଲକର ଗାଙ୍ଗପଡା ପଞ୍ଚାୟତର ଗାଙ୍ଗପଡା ଅଞ୍ଚଳରେ। ମୃତକ ଜଣକ ହେଲେ ୬୦ ବର୍ଷିୟ ଦୈତାରୀ ସେଠୀ। ବିଲରୁ କାମସାରି ଘରକୁ ଫେରିବା ସମୟରେ ପୋଖରୀରେ ଗାଧୋଇବା ପାଇଁ ଯାଇ ଗୋଡ଼ ଖସିଯିବାରୁ ପୋଖରୀ ପାଣିରେ ବୁଡ଼ି ଯାଇଥିଲେ । ପାଣିରେ ବୁଡ଼ି ଯିବାର ଦେଖି ଗାଁଲୋକେ ଦୈତାରୀଙ୍କୁ ମୂର୍ମୂଷ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ଦୈତାରୀଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ଦୈତାରୀ ସେଠୀଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ପରେ ଚଉକୁଲାଟ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ମୃତ ଶରୀର ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ଏହି ଘଟଣା ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୈତାରୀ ସେଠୀ ଜଣେ ଚାଷୀ । ଏହା ସହିତ ଦିନ ମଜୁରିଆ ଭାବେ ମଧ୍ୟ ସେ କାର୍ଯ୍ୟ କରନ୍ତି । ଏହି ଦୁଃଖଦ ଘଟଣା ପରେ ଦୈତାରୀଙ୍କ ପରିବାରକୁ ସରକାରୀ ସହାୟତା ଦେବାପାଇଁ ସାଧାରଣରେ ଦାବି କରାଯାଇଛି।

Show More

Related Articles

Back to top button