Breaking PLUSଦୁର୍ଘଟଣାମୁଖ୍ୟ ଖବରଶିକ୍ଷା

ବିଦ୍ୟୁତ୍ ଆଘାତରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ଜୟପୁର: ସ୍କୁଲରେ ବିଦ୍ୟୁତ୍ ଆଘାତରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଘଟଣ ଘଟିଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ଦିଗାପୁର ସରକାରୀ ଆବାସିକ ବିଦ୍ୟାଳୟରେ । ମୃତ ଛାତ୍ରୀଙ୍କ ନାଁ ସବିତା ମାଠ ପଡ଼ିଆ। ଆଜି ସକାଳ ସମୟରେ ଏହି ଦୁର୍ଘଟଣା ଘଟିଛି। ସ୍କୁଲ୍ ହତା ଭିତରେ ଥିବା ଏକ ହାଇମାକ୍ସ ଲାଇଟ୍‌ ପୋଲ୍‌କୁ କୌଣସି କାରଣ ବଶତଃ ସବିତା ଛୁଇଁ ଦେଇଥିଲେ। ବିଦ୍ୟୁତ୍ ଆଘାତରେ ସେ ଗୁରୁତର ହୋଇପଡ଼ିଥିଲେ। କିଛି ପିଲା ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହା ପରେ ସବିତାଙ୍କୁ ଉଦ୍ଧାର କରାଯାଇ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Show More

Related Articles

Back to top button