ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତି

ଏପ୍ରିଲ ୯ରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣାରଥ

ଚଳିତ ବର୍ଷ ଦେବେ ସାଧାରଣ ଭକ୍ତ

ସମସ୍ତ କୋଭିଡ୍ କଟକଣା ହଟିବା ପରେ ଏବେ ବିନା ଦ୍ୱିଧାରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣାରଥ । ୨ ବର୍ଷ ଧରି କରୋନା ତାର କାୟା ବିସ୍ତାର କରିଥିବା ଯୋଗୁଁ ବିନା ଭକ୍ତରେ ପାଳିତ ହେଉଥିବା ରଥଯାତ୍ରାରେ ଚଳିତ ବର୍ଷ ଯୋଗ ଦେବେ ସାଧାରଣ ଭକ୍ତ , ତେବେ ସୂଚନା ଅନୁସାରେ ଏପ୍ରିଲ ୯ ତାରିଖ ଅପରାହ୍ନ ସାଢେ ୩ଟାରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ । ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଗତ କାଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେଏକ ବୈଠକ ବସିଥିଲା । ଏହି ବୈଠକରେ ଯାତ୍ରାର ନୀତିନିର୍ଘଣ୍ଟ ସ୍ଥିର ହେବା ସହ ସମସ୍ତ ବିଭାଗ ନିଜ ନିଜର ଦାୟିତ୍ୱ କେମିତି ସୁଚାରୁରୂପେ ତୁଲାଇବେ ସେନେଇ ଆଲୋଚନା କରାଯାଇଛି । ଟ୍ରାଫିକ, ପାନୀୟ ଜଳ, ରାସ୍ତା ମରାମତି, ପାର୍କିଂ ଆଦି ପ୍ରସଙ୍ଗରେ ବ୍ୟାପକ ଆଲୋଚନା ମଧ୍ୟ ହୋଇଛି ।

୯ ତାରିଖ ଦିନ ୧୨ ଟା ୩୦ ରୁ ୧ ଟା ୩୦  ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ଓ ରଥାରୂଢ ନୀତି ହେବ ଏବଂ ଅପତାହ୍ନ ୩ ଟା ୩୦ ରୁ ରଥ ଟଣା ଆରମ୍ଭ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ବେଳେ ବାହୁଡା ଯାତ୍ରା ୧୩ ରେ ହେବା ନେଇ ନିଷ୍ପତ୍ତି ରହିଛି । ସମସ୍ତ ସୁରକ୍ଷାକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୃତୟନ ରହିବେ ।

Show More

Related Articles

Back to top button