Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଶ୍ରୀଲଙ୍କାରେ କୋହଳ ହେଲା ଜରୁରୀକାଳୀନ ପରିସ୍ଥିତି

ଖରାପ ଆର୍ଥିକ ସ୍ଥିତିରେ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ସବୁକିଛି ବିଗିଡି ଯାଇଛି ।

ଖରାପ ଆର୍ଥିକ ସ୍ଥିତିରେ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ସବୁକିଛି ବିଗିଡି ଯାଇଛି । ମନ୍ତ୍ରୀମାନେ ଦେଶ ଛାଡ଼ୁଥିବା ବେଳେ ଜନତାମାନେ ରାସ୍ତାରେ ଧାରଣା ଦେଉଛନ୍ତି । ଏହାରି ମଧ୍ୟରେ ଶ୍ରୀଲଙ୍କାରେ ହଟିଛି ଜରୁରୀକାଳୀନ ପରିସ୍ଥିତି । ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ମଙ୍ଗଳବାର ଦିନ ଜରୁରୀକାଳୀନ ପରିସ୍ଥିତି ହଟାଇବାକୁ ଘୋଷଣା କରିଛନ୍ତି । ଦେଶରେ ବିଗୁଡ଼ୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ଏପ୍ରିଲ ୧ରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । କିନ୍ତୁ ଏହା ପରେ ତାଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଥିଲା ।ଅନ୍ୟପଟେ ଦେଶର ବିଭିନ୍ନ ସ୍ଥାନରେ ସରକାର ବିରୋଧରେ ପ୍ରଦର୍ଶନ ଜାରି ରହିଛି । ଆର୍ଥିକ ସଙ୍କଟର ସମାଧାନ ପାଇଁ ଶ୍ରୀଲଙ୍କାର ଜନତା ଦାବି କରୁଛନ୍ତି । ଦେଶରେ ଔଷଧର ଅଭାବ ମଧ୍ୟ ଦେଖାଦେଲାଣି। ପ୍ରଦର୍ଶନକାରୀଙ୍କ କହିବା ମୁତାବକ, ‘ସରକାରଙ୍କ ପାଖରେ ଟଙ୍କା ନାହିଁ, କାରଣ ସେ ଚୀନକୁ ସବୁକିଛି ବିକ୍ରି କରିଦେଇଛନ୍ତି ।

Show More

Related Articles

Back to top button