Breaking PLUSଦେଶମୁଖ୍ୟ ଖବର

କଶ୍ମୀର ଘାଟିରେ ଶୁଷ୍କ ପାଗ ସାଙ୍ଗକୁ ଥଣ୍ଡା ଜାରି

ଶ୍ରୀନଗର, 21 ଜାନୁଆରୀ – କଶ୍ମୀର ଘାଟିରେ ଶୁଷ୍କ ପାଗ ଓ ଥଣ୍ଡା ଜାରି ରହିଛି । ଏହାରି ଭିତରେ ତାପମାତ୍ରା ଲଗାତର ଭାବେ ଖସିବାରେ ଲାଗିଛି । ରବିବାର ଶ୍ରୀନଗରରେ ତାପମାତ୍ରା 4.8 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ପହଲଗାମ ଓ କୋନିବଲରେ ରବିବାର 6.5 ଡିଗ୍ରୀ ସେଲସିୟସ ସହିତ ସବୁଠୁ ଥଣ୍ଡା ସ୍ଥାନ ରହିଛି । କଶ୍ମୀର ଘାଟିରେ ଶୁଷ୍କ ପାଗ କାରଣରୁ ଦିନ ଗରମ ଓ ରାତି ଥଣ୍ଡା ରହିଛି । ଜାନୁୟାରୀ 24 ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଜାନୁୟାରୀ 25 ଓ 26ରେ ଅଧିକାଂଶ ସ୍ଥାନରେ ବାଦଲ ଛାଇରହିବା ସହ ବିଭିନ୍ନ ସ୍ଥାନରେ ବରଫପାତ ହେବାର ସମ୍ଭାବନା ରହିଛି । ପାଣିପାଗ ପକ୍ଷରୁ କୁହାଯାଇଛି ଯେ, ଜାନୁୟାରୀ 29ରୁ 31 ଯାଏ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବରଫପାତ ହେବାର ସମ୍ଭାବନା ରହିଛି ।

Show More

Related Articles

Back to top button