Breaking PLUSଦେଶମୁଖ୍ୟ ଖବର

ସୋଏବଙ୍କ ତୃତୀୟ ବିବାହ ପରେ ଶୁଭକାମନା ଜଣାଇଲେ ସାନିଆ ମିର୍ଜା

ନୂଆଦିଲ୍ଲୀ, 21 ଜାନୁଆରୀ – ସୋଏବଙ୍କ ତୃତୀୟ ବିବାହ ପରେ ତାଙ୍କର ଭାବି ଜୀବନ ପାଇଁ ତାଙ୍କୁ ଶୁଭକାମନା ଜଣାଇଛନ୍ତି ସାନିଆ ମିର୍ଜା । ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ଜାନୁୟାରୀ 20ରେ ତୃତୀୟ ଥର ବିବାହ କରିଛନ୍ତି । ଏହି ବିବାହକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ସୋଏବ ଓ ସାନିଆଙ୍କର ଛାଡପତ୍ର ହେଇଛି କି ନାହିଁ ?ଏହା ଉପରେ ସୋନିଆଙ୍କ ଟିମ୍ ପ୍ରତିକ୍ରିୟା ରଖିଛି । ସୋଏବଙ୍କୁ ତାଙ୍କ ବିବାହରେ ଶୁଭକାମନା ଦିଆଯାଇଛି । ସାନିଆଙ୍କ ଟିମ୍ ଓ ପରିବାର ଏଥିରେ ଲେଖିଛନ୍ତି ଯେ, ସାନିଆ ସବୁବେଳେ ନିଜ ଜୀବନକୁ ବ୍ୟକ୍ତିଗତ ରଖିଛନ୍ତି । ସେ କେବେବି ସାର୍ବଜନୀନ ଭାବେ ଏହାର ଚର୍ଚ୍ଚା କରିନାହାନ୍ତି । କିଛି ମାସ ପୂର୍ବରୁ ଉଭୟଙ୍କର ଛାଡପତ୍ର ହୋଇଥିବା ତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି । ସେ ସୋଏବଙ୍କୁ ତାଙ୍କ ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି ।

Show More

Related Articles

Back to top button