Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀରେ ପ୍ରବଳ ଥଣ୍ଡା, ସକାଳେ ସର୍ବନିମ୍ନ ତାପମାତ୍ରା 4ଡିଗ୍ରୀ ସେଲସିୟସ

ନୂଆଦିଲ୍ଲୀ, 21 ଜାନୁଆରୀ- ରାଜଧାନୀ ଦିଲ୍ଲୀରେ ଆଜି ପୁଣି ଥରେ ଶୀତଲହର ଅନୁଭୂତ ହୋଇଛି । କୁହୁଡି କାରଣରୁ ଅନେକ ଉଡାଣ ଓ ଟ୍ରେନ ବିଳମ୍ବରେ ଚାଲୁଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଦିଲ୍ଲୀରେ ଆଜି ସକାଳେ ଲୋଡି ରୋଡରେ ସର୍ବନିମ୍ନ ତାପମାତ୍ରା 4ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଯାହାକି ତିନି ଡିଗ୍ରୀ ସେଲସିୟସ କମ୍ ଅଟେ ।
ପାଣିପାଗ ବିଭାଗ ଅନୁସାରେ ଆଜି ସକାଳ ସାଢେ 8ଟା ପର୍ଯ୍ୟନ୍ତ ଆଦ୍ରତା ସ୍ତର ଶହେ ପ୍ରତିଶତ ରେକର୍ଡ କରାଯାଇଛି । ଆଜି ପାଣିପାଗ ସଫା ରହିବାର ଅନୁମାନ କରାଯାଇଛି । ରେଲୱେ କାରଣରୁ ଦିଲ୍ଲୀ ଆସିବାକୁ ଥିବା 11ଟି ରେଳଗାଡି 4ଘଣ୍ଟା ବିଳମ୍ବରେ ଚାଲୁଛି । ପାଲମରେ ଭୋର 2ଟା ବେଳେ ଦୃଶ୍ୟତା 4ଶହ ମିଟରରୁ ହ୍ରାସ ପାଇ 2.30ଟା ବେଳେ ଶହେ ମିଟର ହୋଇଛି । ଏବଂ 3ଟା ବେଳେ ଏହା ହ୍ରାସ ପାଇ ଶୂନ୍ୟ ମିଟର ହୋଇଛି ।

Show More

Related Articles

Back to top button