Breaking PLUSଦେଶମୁଖ୍ୟ ଖବର

ଶ୍ରୀରାମଲଲାଙ୍କ ଅଲୌକିକ ରୂପ ଦେଖି ମନ୍ତ୍ରମୁଗ୍ଧ ହେଲେ ଶ୍ରଦ୍ଧାଳୁ

ଜୟ-ଜୟ ଶ୍ରୀରାମଙ୍କ ଜୟକାରରେ ଗୁଞ୍ଜରିତ ହେଲା ଅଯୋଧ୍ୟାଧାମ

ଅଯୋଧ୍ୟା- ଶ୍ରଦ୍ଧା-ଭକ୍ତି-ବିଶ୍ୱାସ । ଆସ୍ଥା ପଥରେ ବଢୁଛନ୍ତି ରାମଭକ୍ତ । ଜୟ ଜୟ ଶ୍ରୀରାମ ଉଦଘୋଷରେ ପ୍ରକମ୍ପିତ ପୂରା ଅଞ୍ଚଳ । ଭକ୍ତିମୟ ମାହୋଲ ଓ ଅଦ୍ଭୁତ ଦୃଶ୍ୟ । ଆଜି ରାମଲଲାଙ୍କ ଦରବାରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମଙ୍ଗଳବାର ଦର୍ଶନର ଆଜି ପ୍ରଥମ ଦିନ । ସାଧାରଣ ଲୋକଙ୍କ ପାଇଁ ଯେତେବେଳେ ମନ୍ଦିର ଖୋଲା ଗଲା, ସେତେବେଳେ ପ୍ରଥମେ ମନ୍ଦିର ଯିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିଯାଇଥିଲା । ଶ୍ରଦ୍ଧାଳୁଙ୍କ ଜୟଘୋଷରେ ପୂରା ଅଯୋଧ୍ୟା ରାମମୟ ହୋଇପଡିଥିଲା । ରାମଲଲାଙ୍କ ଦର୍ଶନ ପାଇଁ ଆଜି ପ୍ରଥମ ଦିନରେ ପ୍ରାୟ 20ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହେବ ବୋଲି ଅନୁମାନ କରାଯାଉଛି ।
ଅଯୋଧ୍ୟାରେ ରାମଲଲାଙ୍କ ଅଲୌକିକ ସ୍ୱରୂପ ଦେଖି ବ୍ରହ୍ମାନନ୍ଦ ପ୍ରାପ୍ତ ଭଳି ଅନୁଭବ ହେଉଛି । ଶ୍ରଦ୍ଧାଳୁମାନେ ରାମଲଲାଙ୍କ ଅଲୌକିକ ସ୍ୱରୂପ ଦେଖି ଭାବବିହ୍ୱଳ ହେଉଛନ୍ତି । ରାମଙ୍କ ମହଲର କୋଣ ଅନୁକୋଣ ଚମକୁଛି । ସତେଯେପରି କଥା କହୁଛନ୍ତି କୋଣ ଅନୁକୋଣ । ତ୍ରେତୟା ଯୁଗର ରାଜା ଦଶରଥଙ୍କ ମହଲ ଭଳି ଦୃଶ୍ୟମାନ ହେଉଛି ଭବ୍ୟ ରାମମନ୍ଦିର । ନିଜ ଆରାଧ୍ୟଙ୍କ ଛବି ଦେଖି ସମସ୍ତଙ୍କ ଆଖିରେ ଆନନ୍ଦାଶ୍ରୁ ।

Show More

Related Articles

Back to top button