Breaking PLUSଦେଶମୁଖ୍ୟ ଖବର

ସର୍ବୋଚ୍ଚ ନ୍ୟାୟାଳୟର ରୋଷେୟାଙ୍କ ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନ ବିଚାରପତି

ଯୁକ୍ତରାଷ୍ଟ୍ର ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରେ ଆଇନରେ ସ୍ନାତକୋତ୍ତର ପାଠ ପଢ଼ିବା ପାଇଁ ଛାତ୍ରବୃତ୍ତି ହାସଲ କରିଥିବା ଜଣେ ରୋଷେୟାଙ୍କ ଝିଅକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ଅନ୍ୟ ବିଚାରପତିମାନେ ସମ୍ବର୍ଦ୍ଧିତ କରିଛନ୍ତି। ଆଇନଜୀବୀ, ଗବେଷକ ଏବଂ ରୋଷେୟାଙ୍କ ଝିଅ ପ୍ରଜ୍ଞାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଲାଉଞ୍ଜରେ ପ୍ରଧାନ ବିଚାରପତି ଏବଂ ଅନ୍ୟ ବିଚାରପତିମାନେ ସମ୍ବର୍ଦ୍ଧିତ କରିଥିଲେ।
ସର୍ବୋଚ୍ଚ ନ୍ୟାୟାଳୟରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ତାଙ୍କ ମା’ ଓ ବାପା ଅଜୟ କୁମାର ସାମଲଙ୍କୁ ମଧ୍ୟ ପ୍ରଧାନ ବିଚାରପତି ସମ୍ମାନିତ କରିଛନ୍ତି। ପ୍ରଧାନ ବିଚାରପତି ପ୍ରଜ୍ଞାଙ୍କୁ ଅଭିନନ୍ଦନ ଜଣାଇବା ସହ ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କ ଦସ୍ତଖତ ଥିବା ଭାରତୀୟ ସମ୍ବିଧାନ ପୁସ୍ତକ ପ୍ରଦାନ କରି ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ସର୍ବୋଚ୍ଚ ନ୍ୟାୟାଳୟର ଜଣେ ଅଧିକାରୀ କହିଛନ୍ତି।

Show More

Related Articles

Back to top button