ଓଡ଼ିଶା

ଆଜିଠୁ 5ଦିବସୀୟ ଯାତ୍ରାରେ ଭାରତ ଆସିବେ ଭୁଟାନ ପିଏମ

ନୂଆଦିଲ୍ଲୀ, 14 ମାର୍ଚ୍ଚ – ଭୁଟାନର ପ୍ରଧାନମନ୍ତ୍ରୀ ଶେରିଂଗ ଟୋବଗେ ଆଜିଠାରୁ 18ମାର୍ଚ୍ଚ ଯାଏ ଭାରତକୁ ଔପଚାରିକ ଗସ୍ତରେ ଆସିବେ । ଜାନୁୟାରୀ 2024ରେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ଟୋବଗେଙ୍କର ଏହା ପ୍ରଥମ ବିଦେଶ ଯାତ୍ରା ଅଟେ ।
ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଟୋବଗେଙ୍କ ସହିତ ଆସୁଥିବା ପ୍ରତିନିଧିମଂଡଳରେ ବିଦେଶ ମାମଲା ଓ ବିଦେଶ ବ୍ୟାପାର ମନ୍ତ୍ରୀ, ଶକ୍ତି ଏବଂ ପ୍ରାକୃତିକ ମନ୍ତ୍ରୀ, ଉଦ୍ୟୋଗ, ବାଣିଜ୍ୟ ଓ ରୋଜଗାର ମନ୍ତ୍ରୀ ଓ ଭୁଟାନର ଶାହୀ ସରକାରର ବରିଷ୍ଠ ଅଧିକାରୀ ସାମିଲ ରହିବେ । ଏହି ଗସ୍ତ କାଳରେ ଭୁଟାନ ପିଏମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ବୈଦେଶିକ ମନ୍ତ୍ରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଭୁଟାନର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ଏହି ଅବସରରେ ପିଏମ ଟୋବଗେ ମୁମ୍ବାଇ ଗସ୍ତ କରିବେ ।

Show More

Related Articles

Back to top button