Breaking PLUSଦେଶମୁଖ୍ୟ ଖବର

ସନ୍ଦେଶଖାଲିରେ ତଥ୍ୟ ଏକାଠି କଲା ସିବିଆଇ

କୋଲକାତା- ସନ୍ଦେଶଖାଲି ମାମଲାର ତଦନ୍ତ ଭାର ମିଳିବା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ତୃଣମୂଳ କଂଗ୍ରେସର ସସପେଣ୍ଡ ନେତା ଶାହଜହାଁ ଶେଖଙ୍କ ବିରୁଦ୍ଧରେ ପ୍ରମାଣ ଏକତ୍ର କରିବା ଆରମ୍ଭ କରିଛି । ଶାହଜହାଁକୁ ହେପାଜତକୁ ନେବା ପରେ ସିବିଆଇ ଟିମ୍ ଗୁରୁବାର ସନ୍ଧ୍ୟାରେ ସନ୍ଦେଶଖାଲି ସ୍ଥିତ ତାର ଘରେ ଓ କାର୍ଯ୍ୟାଳୟରେ ପହଂଚିଥିଲେ ।
ଶୁକ୍ରବାର ସକାଳେ ଜଣେ ଅଧିକାରୀ କହିଛନ୍ତି ଯେ, ଶାହଜହାଁର ଦୁଇଟି ଯାକ ଠିକଣାରେ ତାଲା ପଡିଥିବା ଦେଖିବା ପରେ ଟିମ୍ ବାହାରୁ ଫଟୋ ଉଠାଇବା ସହ ଭିଡିଓ ପ୍ରସ୍ତୁତ କରିଥିଲେ । ପରେ ସିବିଆଇ ଟିମ୍ ଶେଖ୍ ଶାହଜହାଁର ବଜାର ଗସ୍ତ କରିଥିଲେ । ସେଠାରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ବୟାନ ରେକର୍ଡ କରିଥିଲେ । ସିବିଆଇ ଅଧିକାରୀଙ୍କ ସହ କେନ୍ଦ୍ରୀୟ ବଳ ବି ଥିଲେ ।

Show More

Related Articles

Back to top button